କୁଶସରୁ ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପଞ୍ଚାୟତ ମହା ବିଦ୍ୟାଳୟ ସମ୍ମୁଖରେ ଥିବା କୁଶସରୁ ଜଙ୍ଗଲରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଛାତ୍ରୀ ଜଣକ ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ଅଧୀନର ଏକ ଗାଁରେ ତାଙ୍କ ଘର । ସେ +୨ ପ୍ରଥମ ବର୍ଷରେ ପଢୁଥିଲେ । ପରିବାର ଲୋକଙ୍କ କହିବା ମୁତାବକ ଛାତ୍ରୀ ଜଣକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଲାଇନପଡା ଅଂଚଳର ଜଣେ ଯୁବକଙ୍କୁ ବର୍ଷେ ତଳେ ଭଲପାଇ ତାଙ୍କ ସାଙ୍ଗରେ ଚାଲିଯାଇଥିଲେ । ପରେ ପରିବାର ଲୋକେ ବୁଝାସୁଝା କରିବା ସହ ନିଜ ଝିଅକୁ ଘରକୁ ନେଇଆସିଥିଲେ । ଏହାସହ ଚଳିତ ବର୍ଷ ପାଠ ପଢିବା ପାଇଁ ଝିଅର ନାମ କଲେଜରେ ଲେଖାଇଥିଲେ । ପରିବାର ଲୋକେ ହତ୍ୟାକାଣ୍ଡ ବୋଲି ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଛନ୍ତି । ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ସହ ପୋଲିସ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛନ୍ତି । ସେପଟେ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିବ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.