କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଏନ୍ଏଚ୍ ରାସ୍ତାକୁ ଲାଗି କି ରହିଥିବା ଘର ଗୁଡ଼ିକ ମଧ୍ୟ ସୁରକ୍ଷିତ ନ ଥିବା ଜଣାପଡ଼ିଛି । ସେମିତି ଏକ ଚୋରି ଘଟଣାର ଲିଖିତ ଅଭିଯୋଗ ହୋଇଛି କେସିଙ୍ଗା ଥାନାରେ । ସୂଚନା ଅନୁଯାୟୀ ଗତ ଶନିବାର ରାତିରେ ଇଣ୍ଡିଆନ ପେଟ୍ରୋଲ ପମ୍ପ ପାଖରେ ଥିବା କେସିଙ୍ଗାର ବିଶିଷ୍ଟ ବ୍ୟବସାୟୀ ଗୋପାଳ ପ୍ରସାଦ ଅଗ୍ରୱାଲଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି । ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେବଳ ବଡ଼ ପୁଅ ଓ ବୋହୁଙ୍କ ବ୍ୟତୀତ ସମସ୍ତେ ବାହାରକୁ ଯାଇଥିବା ବେଳେ ରାତିରେ ଏହି ଘଟଣା ଘଟିଛି । ବଡ଼ ପୁଅ ଓ ବୋହୁ ଘରର ଉପର ମହଲାରେ ଶୋଇଥିବାରୁ ଚୋରିର ଟେର ମଧ୍ୟ ପାଇନଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ମାନେ ଚୋରି କରଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ୧୫ ଭରି ସୁନା ଓ ୧୦ ଲକ୍ଷ ଟଙ୍କା ଚୋରି ହୋଇଛି । କେସିଙ୍ଗା ପୋଲିସ ଥାନାରେ ଅଭିଯୋଗ ହେବାପରେ କେସିଙ୍ଗା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ନିଜେ ଘଟଣାସ୍ଥଳରେ ପହଞ୍ଚି ଚୋରି ଘଟଣାର ତଦନ୍ତ କରିବା ସହ ବାହାରୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରର ସାହାଯ୍ୟ ନେଇଥିଲେ । ଏଠାରେ ପ୍ରକାଶ ଥାଉକି ବ୍ୟବସାୟୀ ଗୋପାଳ ପ୍ରସାଦ ଅଗ୍ରୱାଲଙ୍କ କେସିଙ୍ଗା ବୁଢାଡଙ୍ଗର ଛକ ଠାରେ ପାୟଲ ନାମକ ଏକ ବିରାଟ କପଡ଼ା ସୋରୁମ୍ ରହିଛି । ପୋଲିସ ବର୍ତ୍ତମାନ ସିସିଟିଭି ସହିତ ଅନେକ ଦିଗରୁ ତଦନ୍ତ କରୁଥିବା ଜଣାପଡିଛି । ଏହା କେସିଙ୍ଗା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ବୋଲି କେସିଙ୍ଗା ସହରରେ ଚର୍ଚ୍ଚା ହେଇଛି ।
Next Post