pr

ରକ୍ତଦାନ କରି ନରସିଂହଙ୍କ ଜନ୍ମ ଦିନ ପାଳିଲା ଛାତ୍ର କଂଗ୍ରେସ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଜନନେତା କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ୮୨ତମ ଜନ୍ମ ଦିବସ ରକ୍ତ ଦାନ ଶିବିର ଆୟୋଜନ କରି ପାଳନ କଲା ଛାତ୍ର କଂଗ୍ରେସ । ଏହି ଅବସରରେ ଛାତ୍ର, ଯୁବ ଆଦି ବହୁ ସଂଖ୍ୟାରେ ସବୁ ବର୍ଗର ଲୋକ ଆସି ପ୍ରାୟ ୪୦ ୟୁନିଟ ରକ୍ତ ଦାନ କରିଥିଲେ ଏବଂ ଜନ୍ମ ଦିନକୁ ଅତି ଧୁମ୍‌ଧାମ୍‌ରେ ପାଳନ କରିଥିଲେ । ଏହି କାର୍ୟ୍ୟକ୍ରମକୁ ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ମନୀଷ ମିଶ୍ର, ଜିଲ୍ଲା କଂଗ୍ରେସ କମିଟି କୋଷାଧ୍ୟକ୍ଷ ଜୁଲୁ ପଟ୍ଟନାୟକ, ଜିଲ୍ଲା ସେବା ଦଳ ମୁଖ୍ୟ ଅସିତ ମିଶ୍ର, ଓଡ଼ିଆ ପ୍ରଦେଶ କଂଗ୍ରେସ କମିଟି କାର୍ୟ୍ୟକାରୀ ସଦସ୍ୟ ଉମାଶଙ୍କର ପଣ୍ଡା, ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ସଞ୍ଜୟ ମିଶ୍ର, ମଧୁ ନାଗ, ଛାତ୍ର ନେତା ଅଂଚଳ ପଣ୍ଡା, ଦିନେଶ ସାହୁ, ସରୋଜ ସାହୁ ପ୍ରମୁଖ ପରିଚାଳନା କରୁଥିଲେ ଓ ଏଥିରେ ମୁଖ୍ୟତଃ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ପୁର୍ବତନ ୱାର୍ଡ ମେମ୍ବର ସୌମ୍ୟଦୀପ ସରାଫ, ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ପପୁ ପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ଅଜିତ ମହାନନ୍ଦ, ଯୁବ ନେତା ଲୋପନ ମିଶ୍ର, ଯୁବ ନେତା ନାସିର ଖାନ, ବେଟୁନ ସ୍ୱାଇଁ, ରାମ ସିଂ, ଛାତ୍ର ନେତା ଟୁଲୁ ସେନ, ନିରଞ୍ଜନ ମିଶ୍ର, ନୀତିଶ ପଧାନ, ଶ୍ରୀକାନ୍ତ ନାଏକ, ସୌରଭ ପଟେଲ, ଅଂଶୁମାନ ମିଶ୍ର, ଶିବାଶିଷ ସେଠ, ତୁଷାର କୁମ୍ଭାର ପ୍ରମୁଖ ରକ୍ତ ଦାନ କରିଥିଲେ ।

nrusinghnath
Leave A Reply

Your email address will not be published.