ଆଦିବାସୀ ସଂଘର ଚେତାବନୀ : ବାଉଳା ହେଲେଣି ବିଧାୟକ, ଆକ୍ରୋଶମୂଳକ ମନୋଭାବ ରଖିଲେ ଆନ୍ଦୋଳନ

ବଲାଙ୍ଗିର/ପଟଣାଗଡ଼, (ଦେବାଶିଷ ମିଶ୍ର) : ବିବାଦ ପିଛା ଛାଡ଼ୁନି ପଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ । ଗୋଟିଏ ବିବାଦ ନ ପଟୁଣୁ ଆଉ ଗୋଟିଏ ବିବାଦ ସୃଷ୍ଟି ହେବାରେ ଲାଗିଛି । ଏବେ ସବ ରେଜିଷ୍ଟାର ଅଫିସରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଆକ୍ରୋଶମୂଳକ ଭାବେ ବିଧାୟକ ବଦଳି କରୁଥିବା ଅଭିଯୋଗରେ ଆଦିବାସୀ ସଙ୍ଘ ବିଧାୟକଙ୍କୁ ବାଉଳା ହେଲେଣି ବୋଲି କହିବା ସହ ଅଭିଯୋଗ ସତ୍ୱେ ସ୍ଥିତି ନ ବଦଳିଲେ ଆଗକୁ ବିରାଟ ଆନ୍ଦୋଳନର ଚେତାବନୀ ଦେଇଛି ।

ସୂଚନା ଯୋଗ୍ୟ ଯେ , ଗତ ତା ୦୫.୦୬.୨୦୧୯ରେ ନିମ୍ନ ମାନର ରାସ୍ତାକାମ ଦର୍ଶାଇ ବେଲପଡା ବ୍ଲକ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ପବ୍ଲିକ ସାମ୍ନାରେ ପାଞ୍ଚ ମିନିଟରେ ଶହେ ଥର କାନ ଧରି ଉଠବସ ହେବା ପାଇଁ ଆଦେଶ ଦେଇଥିଲେ ପାଟଣାଗଡ ବିଧାୟକ ସରୋଜ ମେହେର । ‘ପାଞ୍ଚ ମିନିଟରେ ଶହେ ଥର ଉଠବସ ନ ହେଲେ ପବ୍ଲିକ ନିରଧୁମ ପିଟିବେ ..ମୁଇଁ ଏମ.ଏଲ.ଏ ଅର୍ଡର ଦଉଛେଁ’ ବୋଲି ଧମକ ଦେଇଥିଲେ, ଯାହା ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଥିଲା । ଏ ସମ୍ବନ୍ଧରେ ପାଟଣାଗଡ ଥାନାରେ କେଶ ନଂ ୧୧୩ ତା .୦୬.୦୬.୨୦୧୯ ଆଇପିସି.ର ଦଫା ୩୪୧/୩୬୩/୨୯୪/୩୨୩/୩୫୩/୩୫୫/୫୦୦/୩୪ ଏବଂ ଏସ.ଟି./ଏସ.ସି ପ୍ରିଭେନ୍ଶାନ ଅଫ ଏଟ୍ରୋସିଟି ଆକ୍ଟ ୧୯୮୯ (ସଂଶୋଧନ ଆକ୍ଟ ୨୦୧୫)ର ଦଫା ୩ ୧(r) ୩ ୧ (s) କେଶ ହୋଇଥିଲା । ପବ୍ଲିକ ସାମ୍ନାରେ ଜେଇ. ଶ୍ରୀ ଶବରଙ୍କୁ ମାନସିକ, ଶାରୀରିକ ନିର୍ୟ୍ୟାତିନା, ହିନସ୍ତା, ଅପମାନିତ, ନୃଶଂସ, ଆଚରଣ, ଅସମ୍ବିଧାନିକ, ଅଗଣତାନ୍ତ୍ରିକ, ଅମାନବିକ କାର୍ୟ୍ୟ ଅପରାଧରେ ପୋଲିସ ପାଟଣାଗଡ ବିଧାୟକ ଶ୍ରୀ ମେହେରଙ୍କୁ ତା୨୩.୦୬.୨୦୧୯ ମଧ୍ୟରାତ୍ରିରେ ଗିରଫ କରି ୨୪.୦୬.୨୦୧୯ରେ କୋର୍ଟ ଫରୱାର୍ଡ଼ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ପାଟଣାଗଡ ସବଜେଲକୁ ପଠାଇଥିଲେ । ପରେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ମଧ୍ୟ ଜାମିନ ନାମଞ୍ଜୁର ହେବାରୁ ଶ୍ରୀ ମେହେରଙ୍କୁ ଝାରପଡା ଜେଲକୁ ସ୍ୱତନ୍ତ୍ର ବିଚାରପତି ପଠାଇଥିଲେ । ପରବର୍ତୀ ସମୟରେ କଣ୍ଡିସନାଲ ବେଲ ପାଇଥିଲେ । ଉକ୍ତ ସର୍ତମୂଳକ ଜାମିନରେ ସର୍ତ୍ତ ରହିଛି ଯେ, ଅଭିଯୁକ୍ତ ବିଧାୟକ ଶ୍ରୀ ମେହେର, ସେହିଭଳି ଅପରାଧ ପୁନରାବୃତ୍ତି କରିବେ ନାହିଁ କି ସେହି ଭଳିଆ ଆପରଧରେ ସମ୍ପୃକ୍ତ ରହିବେ ନାହିଁ ।

କିନ୍ତୁ ଅଭିଯୋଗ ହେଉଛି ଯେ, ବିଧାୟକ ଶ୍ରୀ ମେହେର ଆଦିବାସୀ କର୍ମଚାରୀ ମାନଙ୍କ ପ୍ରତି ପୁଣି ଆକ୍ରୋଶ ମୂଳକ ମନୋଭାବ ରଖି କେବଳ ଆଦିବାସୀ କର୍ମଚାରୀ, ଅଧିକାରୀ, ଯନ୍ତ୍ରୀ ମାନଙ୍କୁ ମାନସିକ ନିର୍ୟାତନା, ହଇରାଣ, ହରକତ, ମିଥ୍ୟା ଆରୋପ ଲଗାଇ ମିଥ୍ୟା ଅଭିଯୋଗ କରୁଛନ୍ତି । ଆଦିବାସୀ ମାନେ ଡରିଯିବେ ଏବଂ ତାଙ୍କ ବିରୁଦ୍ଧରେ ଥିବା କେଶ ସମାଧାନ ହୋଇପାରିବ ବୋଲି ସେ ଉଦ୍ଦେଶ୍ୟ ରଖିଥିôବା କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ମେନାରାମ ବିଶି, ବରିଷ୍ଠ କିରାଣୀ, ଜିଲ୍ଲା ସବ ରେଜିଷ୍ଟ୍ରାର ଅଫିସ ବଲାଙ୍ଗିର, ମେଡିକାଲ ଗ୍ରାଉଣ୍ଡରେ ପାଟଣାଗଡ ସବ ରେଜିଷ୍ଟ୍ରାର ଅଫିସରେ ତା୧୫.୦୧.୨୦୨୧ରେ ଯୋଗ ଦେଇଛନ୍ତି । ଜିଲ୍ଲାପାଳ ବଲାଙ୍ଗିରଙ୍କ ଆଦେଶ ଅନୁସାରେ ଶ୍ରୀ ବିଶି ସିନିୟର କ୍ଲର୍କ ବଲାଙ୍ଗିରରୁ ପାଟଣାଗଡ ସବ ରେଜିଷ୍ଟ୍ରାର ଅଫିସକୁ ବଦଳି ହୋଇଛନ୍ତି । କିନ୍ତୁ ଶ୍ରୀ ମେହେର ବିଧାୟକ, ଶ୍ରୀ ବିଶି ସିନିୟର କ୍ଲର୍କଙ୍କୁ ପାଟଣାଗଡରୁ ଟ୍ରାନ୍ସଫର କରିବାକୁ ଜିଲ୍ଲାପାଳ ବଲାଙ୍ଗିରଙ୍କୁ ଅଭିଯୋଗ କରିଛନ୍ତି କ୍ଷ ତେବେ ଆଦିବାସୀ କର୍ମଚାରୀକୁ ବିଧାୟକ ଡରୁଛନ୍ତି କି ? ନା ଆକ୍ରୋଶ ମୂଳକ ମନୋଭାବ ? ସବ ରେଜିଷ୍ଟ୍ରସନ ଅଫିସରେ ଜଣେ ଆଦିବାସୀ କର୍ମଚାରୀ ରହିଲେ ବିଧାୟକଙ୍କ କଣ ଅସୁବିଧା ? କାହାର ଜମିବାଡ଼ି ରେଜିଷ୍ଟ୍ରେସନ ପାଇଁ ଅସୁବିଧା ହେଉଛି ? ଯଦି ଅସୁବିଧା ହୁଏ ବିଧାୟକ, ବିଭାଗୀୟ ଅଧିକାରୀଙ୍କୁ ଜଣାଇ ପାରିବେ, ବିଭାଗୀୟ କର୍ତୃପକ୍ଷ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ, କିନ୍ତୁ ବିଧାୟକ କାହିଁକି ଆଦିବାସୀ ବିରୋଧୀ କାର୍ୟ୍ୟକଳାପରେ ସବୁବେଳେ ଲାଗିଛନ୍ତି ବୋଲି ଆଦିବାସୀ ସଂଘ କହିଛି ।
ତେବେ ଏ ଘଟଣା ସମ୍ବନ୍ଧରେ ଜିଲ୍ଲାପାଳ ବଲାଙ୍ଗିରଙ୍କୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ବଲାଙ୍ଗିର ତରଫରୁ ଅଭିଯୋଗ କରାଯାଇଛି । ଜିଲ୍ଲାପାଳ ଯଦି ପାତର ଅନ୍ତର କାର୍ୟ୍ୟ କରନ୍ତି, ତେବେ ଆନ୍ଦୋଳନ ହେବ ବୋଲି ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଜ଼ିଲ୍ଲା ସଭାପତି ବ୍ରଜକିଶୋର ସିଂ ଭୋଇ, ଜ଼ିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ଭୋଇ, ବିଶିକେଶନ ଯାନୀ, ବ୍ଲକ ସଭାପତି ଶ୍ରୀମତୀ ବନାଲତା ମାଝି, ବଳଦେବ ଭୋଇ, ଅଷ୍ଟରତ୍ନ ବରିହା, ବିପ୍ର ବିଶି, ବସନ୍ତ ମାଝି, ନିତ୍ୟାନନ୍ଦ ମାଝି, ସନ୍ତୋଷ ପୁଟା, ଶରତ ଚନ୍ଦ୍ର ସିଂ ଭୋଇ, ରାଜୀବ କୁଅଁର, ଦୁଃଖିଶ୍ୟାମ ଭୋଇ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.