jayashree

ସବ କଲେକ୍ଟର କାର୍ଯ୍ୟାଳୟ ସମ୍ମୁଖରେ ତୃତୀୟ ଦିନରେ ଚାଷୀ ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ”ଜାନ ଯାଉ ଯାଉ ଜୀବନ ଯାଉ, ଆମର ଆନ୍ଦୋଳନ ଟା ଜାରି ରହୁ ! ବିଦ୍ୟୁତ ବିଲ ଛାଡ଼ ହଉ ଇନ୍ସୁରାନ୍ସ ପଇସା ଜଲଦି ମିଳୁ, ଜାନ ଯାଉ ଯାଉ ଜୀବନ ଯାଉ ।” ଉକ୍ତ ନାରା ଦ୍ୱାରା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଆନ୍ଦୋଳନ ସ୍ୱର କମ୍ପନ ହୋଇଥିଲା ଏବଂ ସମସ୍ତ ଚାଷୀ ଭାଇମାନେ ଆନ୍ଦୋଳନକୁ ଉତ୍ସାହର ସହିତ ତାଳେ ତାଳେ ସମର୍ଥନ ଦେଇଥିଲେ । ଆଜି ଗାଇସିଲେଟ ବ୍ଲକ ରାଜବୋଡାସମ୍ବର କୃଷକ ସଂଗଠନର କର୍ମକର୍ତ୍ତା ଓ ଚାଷୀମାନେ ଯୋଗ ଦେଇଥିଲେ । ପଦ୍ମପୁର ଉପଖଣ୍ଡରେ ଯାଉଥିବା ଗାଇସିଲେଟ, ରାଜବୋଡାସମ୍ବର, ବିଜେପୁର, ଝାରବନ୍ଧ, ପାଇକମାଲ ଆଦି ବ୍ଲକର ଶତାଧିକ ଚାଷୀମାନେ ଗତ ୪ ତାରିଖ ଦିନ ଏକତ୍ରିତ ହୋଇ ପଦ୍ମପର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ତାଲା ଦେଇ କାର୍ଯ୍ୟାଳୟ ସମ୍ମୁଖରେ ଗତ ୩ ଦିନ ହେଲା ଧାରଣାରେ ବସିଛନ୍ତି । ସଂଗଠନର ମଙ୍ଗୁଆଳ ଅଶୋକ ସାହୁ, ବରଗଡ ବିଶିଷ୍ଟ ଚାଷୀ ନେତା ରମେଶ ମହାପାତ୍ରଙ୍କୁ ନେଇ ସଂଗ୍ରାମ ଜାରି ରଖାଯାଇଛି । ଯେତେ ଦିନ ଯାଏଁ ଚାଷୀ ଭାଇମାନଙ୍କ ନ୍ୟାର୍ଯ୍ୟ ଦାବୀ ପୂରଣ ହେବନି ସେତେଦିନ ଯାଏଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ସହ ଆମେ ଏଠାରୁ ହଟିବୁ ନାହିଁ । ସରକାର ତଥା ଜିଲ୍ଲା ପ୍ରଶାସନଙ୍କ ମିଥ୍ୟା ପ୍ରତିଶୃତିକୁ ଆଉ କେତେ ଦିନ ଆମେ ବରଦାସ୍ତ କରିବୁ ବୋଲି କହିଛନ୍ତି । ଦାବୀଗୁଡିକ ହେଲା ଗତ ଖରିଫ ଋତୁରେ ବର୍ଷାଭାବ ହେତୁ ସମ୍ପୂର୍ଣ୍ଣ ମରୁଡି ସୃଷ୍ଟି ହୋଇଥିବା ବେଳେ ଅଦ୍ୟାବଧି ଜାଣିଶୁଣି ସରକାର ନିରବ ତେଣୁ ମରୁଡି ଘୋଷଣା ସମେତ ମରୁଡି ସହାୟତା ରାଶି ପ୍ରଦାନ, ବୀମା କ୍ଷେତ୍ରରେ ରିଜେକ୍ଟ ରିଭର୍ଟ ନାଟକ ବାଜି ବନ୍ଦ କରି ତୁରନ୍ତ ଚାଷୀଙ୍କୁ ବୀମା ରାଶି ପ୍ରଦାନ, କୃଷି କ୍ଷେତ୍ରରେ ବିଦ୍ୟୁତ ବିଲ ସମ୍ପୂର୍ଣ୍ଣ ଛାଡ, ଜଳକର ଆଧାରରେ ଚାଷୀଙ୍କ ଠାରୁ ବିଲ ନେବା ଓ ପର୍ଶ୍ଚିମ ଓଡ଼ିଶାର ମହୁଲ ଫୁଲ ସଂଗ୍ରହ ଏବଂ ବିକ୍ରୟ ପ୍ରକ୍ରିୟାରେ ସରକାରଙ୍କର କୌଣସି ବ୍ୟବସ୍ଥା ନଥିବାରୁ ମହୁଲ ଫୁଲ ସଂଗ୍ରହକାରୀ ଆର୍ଥିକ ଶୋଷିତ ହେଉଛନ୍ତି ସଂଗ୍ରହକାରୀଙ୍କୁ ଯେତେ ପାଉଣା ମିଳିବା କଥା ମଧ୍ୟସ୍ତି ମାନେ ତାଠୁ ଅଧିକା ଲାଭବାନ ହେଉଛନ୍ତି ଆଗାମୀ ଦିନରେ ଲଘୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟରେ ସରକାରଙ୍କ ସ୍ପଷ୍ଟ ନୀତି ନହେଲେ ପଶ୍ଚିମ ଓଡ଼ିଶାର ସମସ୍ତ ସଂଗ୍ରହକାରୀମାନଙ୍କୁ ନେଇ ଆନ୍ଦୋଳନ କରିବା ମଧ୍ୟ ମଞ୍ଚରେ ଚର୍ଚ୍ଚା ହୋଇଅଛି । ଏହି ଆନ୍ଦୋଳନରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ଏହି ଆନ୍ଦୋଳନ ଦିବା ରାତ୍ରି ଚାଷୀମାନେ ଉଜାଗର ରହି ନିଜ ହକ ପାଇଁ ଲଢ଼େଇ ଜାରି ରଖିଛନ୍ତି । ତିନିଦିନ ବିତି ଯାଇଥିଲେ ସୁଦ୍ଧା ଆଜି ଯାଏଁ ପ୍ରଶାସନର ଦେଖାନାହିଁ । ଚାଷୀମାନଙ୍କ ପ୍ରତି ପ୍ରଶାସନର ଏ କି ଅନ୍ୟାୟ ଅବିଚାର କାହିଁକି ? ଚାଷୀ ପ୍ରତି ଦରଦ କେତେ ? ଚାଷୀମାନଙ୍କ ଦାବୀ ଗୁରୁତ୍ୱ ନୁହେ କି ? ଏହି ଆନ୍ଦୋଳନରେ ଗାଇସିଲେଟ ବ୍ଲକର ଅରବିନ୍ଦ ପଣ୍ଡା, ବିରେନ୍ଦ୍ର ପଧାନ, ଗଜପତି ସାହୁ, ସରୋଜ ସାହୁ, ମୁକେଶ କୁମାର ସାହୁ, ବିରେନ୍ଦ୍ର ସାହୁ, ବେଣୁଧର ସାବତ, ପଙ୍କଜ ସାହୁ, ଅରୁଣ ଶାଣ୍ଢ, ବଳରାମ ଚାନ୍ଦ, ସୁବାଷ ପଣ୍ଡା, ସୁଶାନ୍ତ ଶାଣ୍ଢ, ସନ୍ତୋଷ ଭୁଏ ଓ ରାଜବୋଡାସମ୍ବର କୃଷକ ସଙ୍ଗଠନର ରୋହିତ ପଧାନ, ଅମୃତ ଲାଲ ସାହୁ, ମରିଚନ ବଢ଼େଇ, ବିଜୟ ସାହୁ, କୈଳାଶ ବାରିକ, ପ୍ରଶାନ୍ତ ପଧାନ, ଚିତ୍ତ ରଞ୍ଜନ ପାଣ୍ଡେ ଓ ଅନ୍ୟ କର୍ମକର୍ତ୍ତା ଧାରଣାରେ ବସିଥିଲେ ।

Leave A Reply

Your email address will not be published.