ls

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ତୃତୀୟ ପର୍ଯ୍ୟାୟ ବ୍ୟାପକ କରୋନା ଟେଷ୍ଟିଂ ୪ ରୁ ୧୩ ନଭେମ୍ବର ଯାଏଁ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ତୃତୀୟ ପର୍ଯ୍ୟାୟ ବ୍ୟାପକ କରୋନା ଟେଷ୍ଟିଂ ଆସନ୍ତା ୪ ରୁ ୧୩ ନଭେମ୍ବର ଯାଏଁ କରାଯିବ ବୋଲି ସୂଚନା ଦିଆଯାଇଛି । ତେବେ ରାସ୍ତାକଡ଼ରେ ବେପାର କରୁଥିବା ଦୋକାନୀ, ସଂପୃକ୍ତ ଅଂଚଳର ବସ୍ତି ବାସିନ୍ଦା ତଥା ହାଉସିଂ କଲୋନୀ ଗୁଡ଼ିକରେ ପୂର୍ବ ଭଳି ଏହି ଟେଷ୍ଟିଂ ହେବ । ଏ ସଂକ୍ରାନ୍ତରେ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଛି । ୪ ତାରିଖ ଦିନ ୯ଟାରୁ ୧ଟା ଯାଏଁ ଏଲ୍‌ଆଇସି ଅଫିସ୍‌ରୁ ସଦର ଥାନା ଛକ ପର୍ଯ୍ୟନ୍ତ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଶାନ୍ତିପଡ଼ା କଲ୍ୟାଣ ମଣ୍ଡପରେ କୋଭିଡ୍‌ ଟେଷ୍ଟ ହେବ ଏବଂ ଏହାର ଦାୟିତ୍ୱରେ ରହିବେ ପ୍ରଶାନ୍ତ ପ୍ରଧାନ (ମୋ ନଂ.୮୩୩୮୯୯୬୬୨୯), ଶୁଭଦ୍ରା ସାହୁ (ମୋ.ନଂ.୮୭୬୩୧୯୦୩୭୧) ଓ ରୀତା ମିଶ୍ର (ମୋ.ନଂ.୮୦୧୦୬୬୦୬୬୧) । ୫ ତାରିଖ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପାଟଣା ଛକ ପର୍ଯ୍ୟନ୍ତ ରହୁଥିବା ଲୋକଙ୍କ ପାଇଁ ସରକାରୀ ବସ୍‌ ଷ୍ଟେସନ୍‌୍‌ରେ କୋଭିଡ଼୍‌ ପରୀକ୍ଷଣ ହେବ ଏବଂ ଏହାର ଦାୟିତ୍ୱରେ ରହିବେ ପ୍ରତିମା ସିଂହ, ସୁଜାତା ବାରିକ (୭୬୦୫୯୯୮୩୨୫) ଓ ଆର୍ତ୍ତତ୍ରାଣ ସାହୁ (୯୪୩୯୦୨୯୩୨୧) । ୬ ତାରିଖ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ପିପି ଏକାଡେ଼ମୀ ଛକରୁ ଆର୍‌ଆଇ ଅଫିସ୍‌ ଏବଂ ବିକ୍ରମ ଛକରୁ ରାମ ମନ୍ଦିର ଅଂଚଳର ଲୋକଙ୍କ ପାଇଁ ଗାନ୍ଧୀ ପାଠାଗାର, ବିକ୍ରମ ଛକରେ ଟେଷ୍ଟିଂ ହେବ ଏବଂ ଏହାର ଦାୟିତ୍ୱ ନେବେ ବୁଧୁରାମ ତାଣ୍ଡି (୯୪୩୯୫୨୨୭୭୮), ବିଜେଶ୍ୱରୀ ମହାପାତ୍ର, ଜୟନ୍ତୀ ସେଠ (ମୋ.ନଂ.୮୯୧୭୩୦୧୬୯୩) । ୭ ତାରିଖ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ପଟେଲ ନର୍ସିଂହୋମ୍‌ରୁ ଗୋକୁଲ ଧାମ୍‌ ଭାୟା ସମସ୍ତ ସୋ’ରୁମ୍‌ ପର୍ଯ୍ୟନ୍ତ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଗୋକୁଲ ଧାମ୍‌ ରେସିଡେନ୍ସ କଲୋନୀରେ କୋଭିଡ୍‌ ପରୀକ୍ଷଣ କରାଯିବ ଏବଂ ଏହାର ଦାୟିତ୍ୱ ନେବେ ରଙ୍କଜ ସାହୁ (ମୋ.ନଂ.୯୭୭୭୧୧୨୦୮୧), ସବିତା ମୁଣ୍ଡ (ମୋ.ନଂ.୯୩୪୮୬୫୬୯୮୯), ତରୁଲତା ବାରିକ (୮୯୧୭୬୬୯୦୯୫) । ୮ ତାରିଖ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସାପ୍ତାହିକ ବଜାର, ହାଟପଦାପଡ଼ା ପର୍ଯ୍ୟନ୍ତ ବସବାସ କରୁଥିବା ଲୋକଙ୍କ ପାଇଁ ବ୍ରାହ୍ମଣପଡ଼ା ସ୍କୁଲରେ ପରୀକ୍ଷଣ ହେବ ଏବଂ ଏହାର ଦାୟିତ୍ୱ ନେଇଛନ୍ତି ବାସୁଦେବ ବିଭାର (ମୋ.ନଂ.୬୩୭୦୮୦୩୪୩୦), ପ୍ରତିମା ମିଶ୍ର (ମୋ.ନଂ.୯୯୩୭୯୧୬୨୦୧) ଓ ସରସ୍ୱତୀ ସ୍ୱାଇଁ । ୯ ତାରିଖ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ରାଜେନ୍ଦ୍ର କଲେଜ ଛକରୁ ମହିଳା ମହାବିଦ୍ୟାଳୟ ଛକ ଭାୟା ସରୋଜିନୀ ରେସିଡେନ୍ସି ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଜୟଭବନ କ୍ଲବ(ସରୋଜିନୀ ରେସିଡେ଼ନ୍ସି ପାଖ)ରେ ଟେଷ୍ଟିଂ ହେବ ଏବଂ ଏହାର ଦାୟିତ୍ୱ ୍ରଗ୍ରହଣ କରିବେ ଦେବରାଜ ମୁଗ୍ରୀ (ମୋ.ନଂ.୭୦୭୭୪୮୪୮୯୩), ମାଧୁରୀ ସ୍ୱାଇଁ (ମୋ.ନଂ.୬୩୭୨୭୧୯୧୮୧), ଲଳିତା ଓରାମ (୭୩୨୫୮୧୪୮୬୩) । ୧୦ ତାରିଖ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ପାଟଣେଶ୍ୱରୀ ମନ୍ଦିର ଛକରୁ ସମଲେଶ୍ୱରୀ ମନ୍ଦିର ଛକ ଏବଂ ମହାଦେବ ମନ୍ଦିର ଛକରୁ ହସ୍‌ପିଟାଲ୍‌ ଛକ ଅଂଚଳର ଜନସାଧାରଣଙ୍କ ପାଇଁ ଜଗନ୍ନାଥ କ୍ଲବ (ଜଗନ୍ନାଥପଡ଼ା ପାଖ)ରେ କରୋନା ଟେଷ୍ଟ ହେବ ଏବଂ ଏହାର ଦାୟିତ୍ୱ ନେବେ ସୁଦର୍ଶନ ଦୀପ (ମୋ.ନଂ.୯୫୫୬୮୦୫୦୦୯), କଳ୍ପନା ବିଭାର (ମୋ.ନଂ.୭୫୦୪୯୪୧୪୮୨) ଓ ରଂଜିତା ବାଗ (୬୩୭୨୬୩୯୫୧୦) । ୧୧ ତାରିଖ ଦିନ ୯ଟାରୁ ୧ଟା ଯାଏଁ ପାଟଣା ଛକରୁ ପିପି ଏକାଡେ଼ମୀ ଛକ ଏବଂ ରମାଇ ଟକିଜ୍‌ରୁ ଡେଲି ମାର୍କେଟ ଯାଏଁ ବସବାସ କରୁଥିବା ଲୋକଙ୍କ ପାଇଁ ରମାଇ ଟକିଜ୍‌, ବଲାଙ୍ଗିରରେ ପରୀକ୍ଷଣ ବ୍ୟବସ୍ଥା କରାଯିବ ଏବଂ ଏହାର ଦାୟିତ୍ୱ ଗ୍ରହଣ କରିବେ ଆର୍ତ୍ତତ୍ରାଣ ସାହୁ (୯୪୩୯୦୨୯୩୨୧), ସୁନୀତା ଗୁରୁ ଓ ଜୟଶ୍ରୀ ମହାରଣା । ୧୨ ତାରିଖ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ଗାନ୍ଧୀନଗରପଡ଼ାରୁ ପଟେଲ ନର୍ସିଂ ହୋମ୍‌ ପର୍ଯ୍ୟନ୍ତ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଫିସୋରୀ ଅଫିସ୍‌, ବଲାଙ୍ଗିରରେ ପରୀକ୍ଷଣ ହେବ ଓ ଏହାର ଦାୟିତ୍ୱ ନେବେ ମନୋଜ ମଛଖଣ୍ଡ, ମଦନ ନାଗ (ମୋ.ନଂ.୬୩୭୨୯୨୭୯୭୪) ଓ ରଶ୍ମିତା ନନ୍ଦ । ସେହିପରି ୧୩ ତାରିଖ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ସମଲେଶ୍ୱରୀ ମନ୍ଦିର ଛକରୁ ହରିହର ହସ୍‌ପିଟାଲ୍‌ ପର୍ଯ୍ୟନ୍ତ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ କ୍ମବ/ଷ୍ଟଲ୍‌ରେ ପରୀକ୍ଷଣ ହେବ ଓ ତାହାର ଦାୟିତ୍ୱ ଗ୍ରହଣ କରିବେ ଭୀଷ୍ମ ସାହୁ (ମୋ.ନଂ.୮୮୯୫୫୭୧୩୦୧), ସୁନୀତା ମିଶ୍ର ଓ ସବିତା ପାଢ଼ୀ । ତେବେ ଏହି ବ୍ୟାପକ କରୋନା ଟେଷ୍ଟିଂ କାର୍ଯ୍ୟକ୍ରମରେ ସହରବାସୀ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

pc pk
Leave A Reply

Your email address will not be published.