ପୁଇଁତଲା, (ଶମ୍ଭୁନାଥ ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ବିଜେଡ଼ି ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମାନ କରାଯାଉଛି । ସେହି କ୍ରମରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ପୁଇଁନ୍ତଲା ବିଜୁ ମହିଳା, ଯୁବ ଛାତ୍ର ଜନତା ଦଳ ତରଫରୁ ଚାରୋଟି ପଞ୍ଚାୟତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁଇଁତଲା ବ୍ଲକ ଯୁବ ସଭାପତି ସୁଧିର କୁମାର ଅମାତ, ଛାତ୍ର ସଭାପତି ହେମନ୍ତ ଛୁରିଆ ଏବଂ ମହିଳା ସଭାପତି ଶ୍ରୀମତୀ ଗୀତାଞ୍ଜଳି ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁରୁଲ, ଅଟଗାଁ, ଛତାପିପଲ ଏବଂ ବନ୍ଧପଡ଼ା ପଞ୍ଚାୟତର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ରାଜେନ୍ଦ୍ର ହୋତା, ବଲାଙ୍ଗିର ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ଦମୟନ୍ତ ବାଗ, ପୁଇଁନ୍ତଲା ବ୍ଲକ ବିଜୁ ଜନତା ଦଳର ସଭାପତି ବିଷ୍ଣୁ ପଟେଲ, ୧୮ଏବଂ ୧୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ କୁମରମଣି ସେଠ ଏବଂ ଶ୍ରୀମତି ସବିତା ସେଠ ଜିଲ୍ଲା ମହିଳା ଉପସଭାପତି ଶ୍ରୀମତୀ ବବିତା ପୁଟେଲ, ଜଳଜଡ଼ ସରପଞ୍ଚ ଶ୍ରୀମତୀ ଗାୟତ୍ରୀ ଦୋରା, ଜିଲ୍ଲା ସମ୍ପାଦକ କୁନାଲ ସରକାର, ସାଧାରଣ ସମ୍ପାଦକ ଅନନ୍ତ ନାରାୟଣ ପ୍ରଧାନ, ପୁଇଁନ୍ତଲା ବ୍ଲକ ସୋସିଆଲ ମିଡ଼ିଆ ସଂଯୋଜକ ପ୍ରେମରାଜ ପଧାନ, ଯୁବ ନେତା ଶ୍ରୀପତି ପଧାନ ଉପସ୍ଥିତ ଥିଲେ । ତା ସହ ପୁଇଁତଲା ବ୍ଲକ ବିଜୁ ଯୁବ ଛାତ୍ର ଓ ମହିଳା ଦଳର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।