om academy

ବ୍ରାହ୍ମଣୀ ନଦୀରେ ବୁଡି ଯାଇ ବୃଦ୍ଧାଙ୍କ ମୃତ୍ୟୁ

jsm

ବ୍ରହ୍ମବରଦା : ଯାଜପୁର ସଦର ଥାନା ଅର୍ଥଙ୍ଗା ପଂଚାୟତ ଦାସ ସାହି ଘାଟରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ବଡ ଚଅପୋଇ ଗ୍ରାମର ତିଲୋତ୍ତମା ଦାସ । ବଡ ଚଅପୋଇ ଗ୍ରାମର ତିଲୋତ୍ତମା ଦାସ ବ୍ରାହ୍ମଣୀ ନଦୀର ଅର୍ଥଙ୍ଗା ପଞ୍ଚାୟତ ଦାସ ସାହି ଘାଟକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ନଦୀରେ ବୁଡିଯାଇଥିଲେ । ସ୍ଥାନୀୟ ଲୋକେ ନଦୀରେ ଖୋଜାଖୋଜି କରି ତାଙ୍କ ମୃତଦେହ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.