ଘରଛାତ ଉପରେ ଫୁଟିଲା ୬ ଗୋଟି ପବିତ୍ର ବ୍ରହ୍ମ କମଳ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଡେଲାଙ୍ଗ ଷ୍ଟେସନ ବଜାର ନିବାସୀ ଶ୍ରୀମତୀ କୁମୁଦିନୀ ସ୍ୱାଇଁଙ୍କ ଘରଛାତ ଉପରେ ୬ ଗୋଟି ପବିତ୍ର ବ୍ରହ୍ମ କମଳ ଫୁଟିଥିବା ସୂଚନା ମିଳିଛି । ସୂଚନା ମୁତାବକ ଗତ ରାତି ୮ଟାରୁ ୧୦ଟା ଭିତରେ ୬ଟି ଫୁଲ ସମ୍ପୂର୍ଣ ଭାବେ ଫୁଟି ଯାଇଥିଲା । ଆଜି ଫୁଲଗୁଡିକୁ ତୋଳି ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁରୀ ପଠାଇ ଦିଆଯାଇଛି । ଏହି ଦୁର୍ଲଭ ଫୁଲକୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବୋଲି ଭାବି ନେଇ ସମ୍ପୂର୍ଣ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.