oom

ମମିତା ମେହେର ହତ୍ୟା ଘଟଣା : ବିଜେପି ପକ୍ଷରୁ ପ୍ରତିବାଦ, ଦାବୀପତ୍ର ପ୍ରଦାନ

jsmm
  • ଗୁରୁବାର ଦିନ ବଲାଙ୍ଗିର ବନ୍ଦ ଡାକରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତା ମେହେର ହତ୍ୟା ଘଟଣା ଜିଲ୍ଲା ରାଜନୀତିରେ ନିଆଁ ଲଗାଇଛି । ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଦଳ ତରଫରୁ ଧାରଣା ତଥା ପ୍ରତିବାଦ କରାଯାଇଛି । ଘଟଣାରେ ବହୁ ବଡ ବଡିଆଙ୍କ ନାମ ଆସୁଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇର ନିଯୁକ୍ତି ନେଇ ବିଜେପି ଦାବୀ କରିଛି । ଆହୁରି ଘଟଣାର ପ୍ରତିବାଦ ସ୍ୱରୂପ ଆସନ୍ତା କାଲି ଗୁରବାର ଦିନ ବଲାଙ୍ଗିର ବନ୍ଦ ଡାକରା ଦେଇଛି । ଅନ୍ୟ ପଟେ ପୋଲିସ ଗିରଫ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟ ଚାଲାଣ କରିବା ପରେ ଅଧିକ ତଦନ୍ତ ପାଇଁ ୫ ଦିନ ରିମାଣ୍ଡରେ ଆଣିଥିବା ଜଣାପଡିଛି । ବଲାଙ୍ଗିର ସାଂସଦ ସଙ୍ଗିତା ସିଂହଦେଓ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଆହ୍ୱାନ କ୍ରମେ ବିଜେପିର ଶହ ଶହ କର୍ମୀ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଜେପି ନେତାମାନେ ରାଜ୍ୟରେ ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିଥିବା ବେଳେ ରାଜ୍ୟରେ ନାରୀମାନଙ୍କ ସୁରକ୍ଷା ପ୍ରଶ୍ନବାଚୀ ହୋଇ ରହିଥିବା ଅଭିଯୋଗ କରିଥିଲେ । ବିଗତ ଦିନରେ ରାଜ୍ୟରେ ଅନେକ ମହିଳା ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ବେଳେ ଘଟଣାରେ ଖୋଦ ଶାସକ ଦଳର ନେତାମାନଙ୍କ ନାମ ବାରମ୍ବାର ସାମନାକୁ ଆସିଛି । ତା’ ସତ୍ୱେ ସରକାରୀ ବଳ ପ୍ରୟୋଗ କରି ସମସ୍ତ ଘଟଣାକୁ ଚାପି ଦିଆଯାଇଛି । ଏହି ଘଟଣାରେ ସିଧା ସଳଖ ରାଜ୍ୟ ଗୃହମନ୍ତ୍ରୀଙ୍କ ସଂପୃକ୍ତି ସାମନାକୁ ଆସୁଥିବା ବେଳେ ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ଦଳ ଦ୍ୱାର ନହେଲେ ଏହି ଘଟଣା ମଧ୍ୟ ଅନ୍ୟ ଘଟଣାମାନଙ୍କ ପରି ନାଲିଫିତା ତଳେ ଚାପି ହୋଇଯିବା ଢେର ସମ୍ଭାବନା ରହିଛି । ତେଣୁ ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଉ ବୋଲି ବିଜେପି ତରଫରୁ ଦାବୀ କରାଯାଇଛି । ବଲାଙ୍ଗିର ସାଂସଦ ଶ୍ରୀମତି ସିଂହଦେଓ ଏସଂକ୍ରାନ୍ତରେ ଏକ ଦାବୀପତ୍ର ପ୍ରଦାନ କରିବା ସହ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ମହିଳା ମୋର୍ଚ୍ଚା ସଭାନେତ୍ରୀ ସୃତି ପଟ୍ଟନାୟକ, ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ରାଜ୍ୟ ଉପସଭାନେତ୍ରୀ ନିରୋଜ ନଳିନୀ ମହାଲିକ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଞ୍ଜିତା ପାଣିଗ୍ରାହୀ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଇତିଶ୍ରୀ ଜେନା, ରାଜ୍ୟ ମିଡ଼ିଆ ସଂଯୋଜକ ସୁଚରିତା ଜେନାମଣି, ଫିରୋଜା ବିବି, ଶୈଳବାଳା ବାଗ, ବନଶ୍ରୀ ଆଚାର୍ଯ୍ୟ, କଲ୍ୟାଣୀ ଆଡବାଙ୍କ, ରଶ୍ମିରେଖା ଦାନୀ, ଅନୁସୟା ବେଜ, ଛନ୍ଦାରାଣୀ ନାୟକ, ସସ୍ମିତା ବେହେରା, ସରିତା ଯୋଶୀ, ସୌଦାମିନୀ ମିଶ୍ର, ଅନିତା ମିଶ୍ର, ଅନନ୍ତ ଦାଶ, ଗୋପାଳଜୀ ପାଣିଗ୍ରାହୀ, ପ୍ରଭାସ ପାଣିଗ୍ରାହୀ, ଲକ୍ଷ୍ମଣ ବାଗ, ଚିତ୍ତ ମିଶ୍ର, ମାଧବ ସାଏ, ରାଜକିଶୋର ନାୟକ, ଦୀନେଶ ଶର୍ମା, ସୁଶାନ୍ତ ଦାଶ, ନରସିଂ ସିଙ୍ଗ, ପିତାମ୍ବର ଖମାରୀ, ବବି ମିଶ୍ର, ଅଜୟ ଶର୍ମା, ଅନିଲ ନାୟକ, ସୁନୀଲ ମିଶ୍ର, ପ୍ରେମିତ ନାଗ, ରଶ୍ମି ରଞ୍ଜନ ବାରିକ, ସନ୍ତୋଷ ସାହୁ, ସନ୍ତୋଷ ଦାଶ, ଭୋଳା ସାହୁ, ସୁଦିପ ସା, ଲଳିତ ଶର୍ମା, ଧର୍ମେନ୍ଦ୍ର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.