centurian jitm

ବିଜୁ ମହିଳା ଜନତା ଦଳ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଏବଂ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ

nschool

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ କରୋନା ସମୟରେ ରକ୍ତାଭାବକୁ ଦୂର କରିବା ପାଇଁ ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟଙ୍କ ତତ୍ୱାବଧାନରେ ଆଜି ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ବିଜୁ ମହିଳା ଜନତା ଦଳ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ବରଗଡ ରକ୍ତ ଭଣ୍ଡାର ଦ୍ଦ୍ୱାରା ସର୍ବମୋଟ ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିରରେ କେବଳ ମହିଳା ମାନେ ରକ୍ତଦାନ କରିଥିଲେ । ମୁଖ୍ୟ ଅତିଥି ରୂପେ ଅତାବିରା ବିଧାୟକା ତଥା ପୂର୍ବତନ ମନ୍ତ୍ରୀ, ରାଜ୍ୟ ବିଜୁ ମହିଳା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଫିତା କାଟି ଶିବିରକୁ ଉଦଘାଟନ କରିଥିଲେ । ଏହି ଅବସରରେ ନୂଆଁ ରୂପେ ଦଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଥିବା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ବରଗଡ ବ୍ଳକ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କରୋନା ମହାମାରୀର ସମୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବରଗଡର ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସସ୍ମିତା ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମକୁ ମହେଶ୍ୱତା ଆଚାର୍ଯ୍ୟ, ଟାଉନ ମହିଳା ସଭାପତି କଳ୍ପନା ମାଝୀ, ଜୟା ବେହେରା, ଟାଉନ ସଭାପତି କିଶୋର ମିଶ୍ର, ଯୁବ ସଂଗଠକ ଉମେଶ ଚନ୍ଦ୍ର ପଣ୍ଡା, ଓଡିଶା ମୋପରିବାରର ଜିଲ୍ଳା ସଂଯୋଜକ ଗୌରହରୀ ମିଶ୍ର, ଜୀବନ ବିନ୍ଦୁର ଜିଲ୍ଳା ସହ ସଂଯୋଜକ ଅଶ୍ୱିନୀ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.