
ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମରେ ଗଦାଧର ପାତ୍ରଙ୍କ ସାନ ପୁଅ ପ୍ରଦୀପ ପାତ୍ର ଆଜି ଅପରାହ୍ନ ୨ ଘଟିକାରେ କର୍କଟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁବେଳକୁ ପ୍ରଦୀପଙ୍କୁ ୪୬ ବର୍ଷ ହୋଇଥିଲା । ପ୍ରଦୀପ ବହୁ ଦିନରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ । ପ୍ରଦୀପ ବାଲେଶ୍ୱରରେ ଏକ ଭଡ଼ାଘରେ ରହି ଟଲି ରିକ୍ସାରେ ବରା, ପକୁଡ଼ି ବିକ୍ରିକରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ପ୍ରଦୀପଙ୍କ ବର୍ତ୍ତମାନ ଦୁଇ ନାବାଳକ ବଡ଼ ଝିଅ ଭାଗ୍ୟଶ୍ରୀ (୧୬) ସାନ ଝିଅ ଦିବ୍ୟାଶ୍ରୀ (୧୦) ପାଠପଢ଼ୁଛନ୍ତି । ପ୍ରଦୀପଙ୍କ ବିୟୋଗରେ ପତ୍ନୀ ଅର୍ଚ୍ଚନା ଦୁଇ ଝିଅ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଆଜି ହଠାତ୍ ପ୍ରଦୀପଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ ନୟାପାଲି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପ୍ରଦୀପଙ୍କ ବିୟୋଗ ଖବର ଶୁଣି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଉପାଧ୍ୟକ୍ଷା ମିନାରାଣୀ ସାମଲ, ଖରିଦପିପଳ ଗ୍ରାମପଞ୍ଚାୟତ ସରପଞ୍ଚ ମଞ୍ଜୁରାଣୀ ବେହେରା, ସମିତି ସଦସ୍ୟା ବିନତୀ ସାହୁ, ଖରିଦପିପଳ ସେବାସମବାୟ ସମିତିର ସଭାପତି କେଶବ ଚନ୍ଦ୍ର ପାଳ, ସମବାୟ ସମିତିର ପ୍ରାକ୍ତନ ସଭାପତି ଆଶୁତୋଷ ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ପ୍ରଦୀପଙ୍କ ବିୟୋଗରେ ନୟାପାଲି ଗ୍ରାମ ସଭାପତି ତରୁଣକାନ୍ତି ପାତ୍ର, ଅବସରପ୍ରାପ୍ତ ସେନାଧିକାରୀ ସତ୍ୟବାଦୀ ପାତ୍ର , ପ୍ରାକ୍ତନ ଗ୍ରାମ ସଭାପତି ଶ୍ୟାମସୁନ୍ଦର ଦେ , ହରିଶ ଚନ୍ଦ୍ର ଦାସ, ସମାଜସେବୀ ଗିରିଶ ଚନ୍ଦ୍ର ପାତ୍ର , ହେମନ୍ତ ପାତ୍ର, ସୁମନ ପାତ୍ର, ମନୋଜ ପାତ୍ର , ମୃତ୍ୟୁଞ୍ଜୟ ଦେ , ଜୟନ୍ତ ଦେ, ଗୋପାଳ ଦେ, ଶିବଶଙ୍କର ଦେ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପ୍ରଦୀପଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ପ୍ରଦୀପଙ୍କ ମର ଶରୀର ଗୋଆଶୁଳ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବାବେଳେ ପୁତୁରା ପୂର୍ଣ୍ଣେନ୍ଦୁ ବଡ଼ ଝିଅ ଭାଗ୍ୟଶ୍ରୀ ମୁଖାଗ୍ନି ଦେଇଥିଲେ ।