ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗୃହ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଆଇଜିପି ଓଡିଶା ବିଭାଗ ସିଆରପିଏଫଙ୍କ ଦ୍ୱାରା ଦିଶା ନିର୍ଦ୍ଦେଶରେ କନ୍ଧମାଳ ଜିଲ୍ଲା ସିଆରପିଏଫ ଯବାନ ମାନଙ୍କ ତରଫରୁ ସୋଲାର ଓ ଷ୍ଟ୍ରୀଟ ଲାଇଟ ବିତରଣ ଉତ୍ସବ ୧୨୭ ବାଟାଲିୟନର କମାଣ୍ଡେଣ୍ଟ ଆନନ୍ଦ ଝା ଏବଂ ସେକେଣ୍ଡ କମାଣ୍ଡେଣ୍ଟ ସୁଖବୀର ସିଂଙ୍କ ନେତୃତ୍ୱରେ ରବିବାର ଗୋଛାପଡା ଥାନା ବାଲାନ୍ଦାପଡା, ଲଇସିଙ୍ଗ, ବୁରୁଡିଗୁଡା, ଭାଟିମୁଣ୍ଡା, ଗଦଇପଦର, ବୋପଗାଁର ଗ୍ରାମବାସୀ ମାନଙ୍କୁ ନେଇ ସୋଲାର ଲ୍ୟାମ୍ପ ଓ ଷ୍ଟ୍ରୀଟ ଲାଇଟ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯବାନ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କର ପ୍ରତିଷ୍ଠା କରିବା । କାରଣ ଜନସାଧାରଣ ଏବଂ ଯବାନମାନଙ୍କ ମଧ୍ୟରେ ସମ୍ପର୍କର ଅଭାବ ରହିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ଜନ ସାଧାରଣଙ୍କୁ କହିଛନ୍ତି ଯେ, ଯବାନମାନେ ଆପଣ ମାନଙ୍କ ପରି ସାଧାରଣ ମନୁଷ୍ୟ, ତେଣୁ ଯବାନଙ୍କୁ ଡରିବା ଆବଶ୍ୟକ ନାହିଁ ବୋଲି ସିଆରପିଏଫ ଉଚ୍ଚପଦସ୍ଥ କର୍ମଚାରୀ ଅଞ୍ଚଳବାସୀଙ୍କୁ ବୁଝାଇଥିଲେ। ଆପଣଙ୍କୁ ସେବା କରିବା ପାଇଁ ଆମେ ଆମ ପରିବାର ଏବଂ ଭିଟାମାଟିକୁ ଛାଡିକି ଆପଣମାନଙ୍କ ରକ୍ଷା ପାଇଁ ଆସିଛୁ ବୋଲି ଲୋକଙ୍କୁ ଉଦବାଧନ ଦେଇଥିଲେ। ପରିଶେଷରେ ଲୋକମାନଙ୍କୁ ସୋଲାର ଲାଇଟ, ସୋଲାର ଲ୍ୟାମ୍ପ ଓ ଷ୍ଟ୍ରୀଟ ଲାଇଟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ଗୋଛାପଡା ଥାନାର ନକ୍ସଲ ପ୍ରବଣ ଅଞ୍ଚଳର ସମସ୍ତ ଗ୍ରାମବାସୀ ମାନେ ଉପକୃତ ହୋଇ ପାରିବେ । ପରିଶେଷରେ ମୁଖ୍ୟ ଅତିଥି ଆନନ୍ଦ ଝା ଜନସାଧାରଣଙ୍କୁ ସିଆରପିଏଫ ଏବଂ ଜନସାଧରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଅନୁରୋଧ କରିବା ସହ ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ଝା ପ୍ରକାଶ କରିଥିଲେ।