oom

ଟିଟିଲାଗଡ଼ ରେଳ ଓଭର ବ୍ରିଜ୍‌ ଉପରୁ ସୁନା ଚେନ୍ ଲୁଟ୍‌ ବିଫଳ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଅପରାହ୍ନ ପାଖାପାଖି ୪ଟା ସମୟରେ ଟିଟିଲାଗଡ଼ ସହରର ସରକାରୀ ଡାକ୍ତରଖାନା ରକ୍ତ ଭଣ୍ଡାରରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ଶ୍ରୀମତୀ ପଦ୍ମିନୀ ସାହୁ ଓ ତାଙ୍କ ସ୍ଵାମୀ ଗଦାଧର ସାହୁ ନିଜର କ୍ୱାଟରରୁ ନିଜର ନୂତନ ନିର୍ମିତ ଘରକୁ ଯାଉଥିବା ବେଳେ ଟିଟିଲାଗଡ଼ ଥାନା ପାଖ ଓଭର ବ୍ରିଜ୍‌ ଚଢ଼ାଣି ନିକଟରେ କିଛି ଦୁର୍ବୃତ୍ତତ୍ତ ଶ୍ରୀମତୀ ସାହୁଙ୍କ ବେକରୁ ସୁନା ଚେନ୍‌ ଚୋରି କରିବାକୁ ଚେଷ୍ଟା କରୁଥିବା ବେଳେ ଚେନ୍‌ ଲୁଟି ପାରିନଥିଲେ କିନ୍ତୁ ସ୍କୁଟିରୁ ଦମ୍ପତ୍ତି ପଡି ଯାଇଥିଲେ । ଟିଟିଲାଗଡ଼ ପୋଲିସ ପିସିଆର୍‌ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଛନ୍ତି । ଥାନା ସମ୍ମୁଖରେ ତଥା ସହର ସାରା ଲାଗିଥିବା ସିସିଟିଭି ଯାଞ୍ଚ କଲେ ଚୋର ନିଶ୍ଚୟ ଧରା ପଡ଼ିଯିବେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଟିଟିଲାଗଡ଼ ପୋଲିସ ପକ୍ଷରୁ ତନା ଘନା ଯାଞ୍ଚ ଆରମ୍ଭ ହୋଇଯାଇଛି ।

jittmm
Leave A Reply

Your email address will not be published.