oom

ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗାେସ୍ୱାମୀଙ୍କ ଗିରଫକୁ ନେଇ ବିକ୍ଷାେଭ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରିପବ୍ଲିକ ଟିଭିର ଚିଫ ଏଡିଟର ତଥା ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗାେସ୍ବାମୀଙ୍କୁ ମହାରାଷ୍ଟର ମିଳିତ ସରକାର ଚକ୍ରାନ୍ତ କରି ଗିରଫ କରିବା ନେଇ ଆଜି ଜନସାଧାରଣରେ ତୀବ୍ର ନିନ୍ଦା କରାଯାଇଛି । ଆଜି ଅପରାହ୍ନରେ ପାଇକମାଲ ବ୍ଲକର ଲଖମରା ଗ୍ରାମସ୍ଥିତ ଗାନ୍ଧୀ ଷ୍ଟେଚ୍ୟୁ ନିକଟରେ ଗ୍ରାମର ବୁଦ୍ଧିଜୀବୀ ଗଣ ମିଳିତ ହାେଇ ଏ ସଂର୍ପକରେ ବିକ୍ଷାେଭ ପ୍ରଦର୍ଶନ କରିଥିଲେ । ଅର୍ଣ୍ଣବଙ୍କୁ ମହାରାଷ୍ଟ ସରକାର ଏକ ହତ୍ୟା ମାମଲାରେ ଅଯଥାରେ ମିଥ୍ୟା ଆରାେପ ଲଗାଇ ତାଙ୍କ ଘରରୁ ଗିରଫ କରିଥିଲା । ଏହି ଘଟଣା ଯଥାର୍ଥରେ ଡେମାେକ୍ରେସିର ଚତୁର୍ଥ ସ୍ତମ୍ଭର ହତ୍ୟା ବାେଲି ଉକ୍ତସମାବେଶରେ ମତପ୍ରକାଶ ପାଇଥିଲା । ତୁରନ୍ତ ଅର୍ଣ୍ଣବଙ୍କୁ ଖଲାସ କରିବା ସହ ତାଙ୍କ ଉପରୁ ଏହି ହତ୍ୟା ମାମଲା ଉଠାଇବା ସହ ଏହା ଏକ ରାଜନୈତିକ ଚକ୍ରାନ୍ତ ବାେଲି ନିନ୍ଦା କରାଯାଇଥିଲା । ଏହି ବିକ୍ଷାେଭ ସମାବେଶରେ ଗ୍ରାମର ସର୍ବଶ୍ରୀ ପ୍ରଭାତ ସାହୁ, କୃଷ୍ଣଚନ୍ଦ୍ର ପଣ୍ଡା, ସପ୍ତଲାଲ ଝଗରା, ଭରତ ଚନ୍ଦ୍ର ସାହୁ, ନାରାୟଣ ବେହେରା, ଭରତ ଡନସନା, ଡାେଲାମଣି ସାହୁ, ରାକେଶ ଡନସନା, ଜଳଧର ବରିହା, ପ୍ରମାେଦ ପ୍ରଧାନ, ମୀନକେତନ ସାହୁ, କ୍ଷୀରାେଦ୍ର ଦାସ ପ୍ରମୁଖ ଯାେଗ ଦେଇଥିଲେ ।

jittmm
Leave A Reply

Your email address will not be published.