ଓସିଏ ଭିଜନ ୨୦୨୪: ଅମିତାଭ ଫ୍ୟାନ କ୍ଲବ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧି ଷ୍ଟାଡିୟିମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ପ୍ରତିଯୋଗିତାରେ ଅମିତାଭ ଫ୍ୟାନ କ୍ଳବ ବିଜୟୀ ହୋଇଛି । ଆଜିର ପ୍ରତିଯୋଗିତା ଅମିତାଭ ଫ୍ୟାନ କ୍ଳବ ଓ ନାଏ କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଏକ କ୍ରକେଟ ଏକାଡେମୀ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୩୭.୫ ଓଭରରେ ସମସ୍ତ ‌ୱିକେଟ ହରାଇ ୨୦୫ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ତରଫରୁ ଅମୀୟ ଧରୁଆ ସର୍ବାଧିକ ୩୮ ରନ୍ ଓ ଓମକାର ମହାନ୍ତି ୨୭ ରନ୍ କରିଥିଲେ । ଅମିତାଭ ଫ୍ୟାନ କ୍ଳବ ତରଫରୁ ଯଶୋବନ୍ତ ସିଂ ସର୍ବାଧିକ ୬ଗୋଟି ୱିକେଟ ଅକ୍ତିଆର କରିଥିଲେ । ୨୦୬ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ଅମିତାଭ ଫ୍ୟାନ କ୍ଳବ ୩୧.୪ ଓଭରରେ ୫ ୱିକେଟ ହରାଇ ଆବଶ୍ୟକୀୟ ୨୦୬ରନ ସଂଗ୍ରହ କରି ଏହି ମ୍ୟାଚରେ ୫ ୱିକେଟରେ ବିଜୟୀ ହୋଇଥିଲେ । ଅମିତାଭ ଫ୍ୟାନ କ୍ଳବ ତରଫରୁ ଯଶୋବନ୍ତ ସିଂ ଅପରାଜିତ ୬୭ ରନ୍ ଓ ଅମିତ ନନ୍ଦ ୩୯ ରନ୍ ସଂଗ୍ରହ କରିଥିଲେ । ନାଏକ ଏକାଡେମୀ ତରଫରୁ ଆୟୁଷ ପାଣିଗ୍ରାହୀ ୩ଟି ‌ୱିକେଟ ଅକ୍ତିଆର କରିଥିଲେ । ଅମିତାଭ ଫ୍ୟାନ କ୍ଳବର ଯଶୋବନ୍ତ ସିଂଙ୍କୁ ତାଙ୍କର ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଖେଳାଳୀ ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ରାଜେନ୍ଦ୍ର ସେଠ ଓ ମୁକେଶ ସ୍ୱାଇଁ ପରିଚାଳନା କରିଥିବାବେଳେ ସୁଭମ ନାଏକ ଓ ସ୍ୱାଗତ ସ୍କୋରର ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.