ଆନ୍ତଃ ବିଦ୍ୟାଳୟ ବିଜ୍ଞାନ ମେଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେଶୋରୀ ପବ୍ଲିକ ସ୍କୁଲଠାରେ ଆନ୍ତଃ ବିଦ୍ୟାଳୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଏଭି ପଥରଚେପା ସ୍କୁଲ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଏବଂ ସିଡିଏମ୍‌ଓ କୁବେର ଚନ୍ଦ୍ର ମହନ୍ତ ବିଜ୍ଞାନ ମେଳା ଉଦ୍‌ଘାଟନ କରିଥିଲେ । ବଲାଙ୍ଗିର ସହରର ପ୍ରାୟ ୩୫ଟି ସ୍କୁଲର ୧୨୪ ଜଣ କୁନି ବୈଜ୍ଞାନିକ ଯୋଗ ଦେଇଥିଲେ । ବିଚାରକ ରୂପେ ବିଭିନ୍ନ ସରକାରୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଯଥା ଆନନ୍ଦ ବଡପଣ୍ଡା, ଜୟକୃଷ୍ଣ ନାଏକ, ଆନନ୍ଦ ସାହୁ, ଶିବ ପ୍ରସାଦ ତ୍ରିପାଠୀ, ରାଜ କୁମାର ଭୋଇ ଏବଂ ପ୍ରଣୟ ବିଶ୍ୱାଲ ଛାତ୍ର ଛାତ୍ରୀମାନଙ୍କ ପ୍ରୋଜେକ୍ଟ ତଦାରଖ କରିଥିଲେ । ଜୁନିୟର, ସବ୍‌ ଜୁନିୟର ଓ ସିନିୟର ବିଭାଗରେ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସିନିୟର ପ୍ରଥମ ସ୍ଥାନରେ ମଣ୍ଟୋଶୋରୀ ପବ୍ଲିକ୍‌ ସ୍କୁଲର ଶିବାନୀ ମେହେର ଓ ଆମ୍‌ନା ପରବିନ୍‌ ଜୁନିୟର ଗ୍ରୁପର ପ୍ରଥମ ସ୍ଥାନରେ ଏକାଡେମୀ ହାଇଟ୍‌ ପବ୍ଲିକ ସ୍କୁଲର ଚନ୍ଦ୍ରକ ପଧାନ ଏବଂ ସବ୍‌ ଜୁନିୟର ଗ୍ରୁପରେ ଓଏଭି ପଥରଚେପାର ଶ୍ରେୟାଂଶି ଝାଙ୍କର ପୁରସ୍କୃତ ହୋଇଥିଲେ । ଅନ୍ୟ ସମସ୍ତ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗିର ମ୍ୟୁନ୍‌ସିପାଲିଟି ଚେୟାରମେନ୍‌ ଶ୍ରୀମତୀ ଲିକା ସାହୁ ଏବଂ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ ହିମାନି ତ୍ରିପାଠୀ, ସଂଯୁକ୍ତା ମିଶ୍ର, ପ୍ରିୟବ୍ରତ ମିଶ୍ର, ବରିଷ୍ଠ ସାମ୍ବାଦିକ ଅଖିଳ ହୋତା, ବୁଲୁ ସାହୁ ପ୍ରମୁଖ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ସ୍କୁଲ ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍‌ଗାତା ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଚେୟାରମେନ୍‌ ବିରେନ୍ଦ୍ର ନାରାୟଣ ଉଦ୍‌ଗାତା ସମସ୍ତ ପ୍ରତିଯୋଗୀମାନଙ୍କୁ ବିଜ୍ଞାନ ମେଳାର ପ୍ରଗତି ଓ ଛାତ୍ର ଛାତ୍ରୀମାନଙ୍କ ଉନ୍ନତି ଉପରେ ଅବଲୋକନ କରିଥିଲେ । ଛାତ୍ରୀ ଆର୍ଯ୍ୟ ଆଦ୍ୟାଶା ସାହୁ ଏବଂ ଦିବ୍ୟାଶା ଦାସ ମଂଚ ପରିଚାଳନା କରିଥିଲେ । ବିଦ୍ୟାଳୟର ସ୍କାଉଟ ଓ ଗାଇଡ୍‌ ପିଲାମାନେ ଅତିଥିମାନଙ୍କୁ ଅଭିବାଦନ କରିଥିଲେ । ସାମ୍ବାଦିକ ଆକୁଳ ବେହେରା ଓ ରେଡକ୍ରସ ସାଧନ କର୍ମୀ ରବିଚନ୍ଦ୍ର ପଶାୟତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ଅନୁପମା ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.