ବ୍ରହ୍ମପୁର ନଗର ଚିକିତ୍ସାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ନଗର ଚିକିତ୍ସାଳୟରେ କାର୍ଯ୍ୟରତ ଡ଼ାକ୍ତରଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌ ଡ଼ି କର୍ମଚାରୀମାନେ ଦାୟିତ୍ୱ କର୍ତ୍ତବ୍ୟ ପ୍ରତି ଅଧିକ ଧ୍ୟାନ ଦେଇ ସେବା କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଲେ ନଗର ଚିକିତ୍ସାଳୟର ସୁନାମ ବୃଦ୍ଧି ପାଇବ ବେଲି ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ (ମେଡିକାଲ) ଡ଼ା. ବିଶ୍ୱମ୍ବର ବେହେରା ପ୍ରକାଶ କରିଛନ୍ତି । ସ୍ଥାନୀୟ ନଗର ଚିକିତ୍ସାଳୟର କର୍ମଚାରୀ ରେଡିଓଲୋଜିଷ୍ଟ ଅନ୍ତର୍ଯ୍ୟାମୀ ପଟ୍ଟନାୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ବେହେରା ପ୍ରୋଭିଜିନାଲ୍‌ ପେନସନ୍‌ ସହିତ ଉପହାର ଦେଇ ସମ୍ମାନିତ କରିଥିଲେ । କର୍ମଚାରୀ ସଂଘର ବରିଷ୍ଠ ଉପଦେଷ୍ଟା ତଥା ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଗଞ୍ଜାମ ଜିଲ୍ଲା ମେଡ଼ିକାଲ କର୍ମଚାରୀ ସଂଘର ସଂପାଦକ ଜି.ନରସିଂହ ରାଓ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘର ରାଜ୍ୟ ଉପସଭାପତି ସୁକାନ୍ତ ମୁଖୀ, ଉପଦେଷ୍ଟା ଲାଲୁମୋହନ ବେହେରା, ଯୁଗ୍ମ ସମ୍ପାଦକ ବିପିନ ବିହାରୀ ନାୟକ, କାର୍ଯ୍ୟକାରୀ ସମ୍ପାଦିକା ରେଣୁପ୍ରଭା ପାଢ଼ୀ, ରବିନ୍ଦ୍ର ନାଥ ନାୟକ, ଟୁନା ଜେନା, ତାରିଣୀ ଚରଣ ପାତ୍ର, ରବିନ୍ଦ୍ର କୁମାର ଦାସ ପ୍ରମୁଖ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅ।।ଲୋଚନା କରିବା ସହ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ଜୀବନ କାମନା କରିଥିଲେ ।

Leave A Reply

Your email address will not be published.