pr

ତାଳଚେର ଜିଲ୍ଲା ଦାବୀ ନେଇ ଭୁବନେଶ୍ୱର ଚାଲ କାର୍ଯ୍ୟକ୍ରମ ଆୟୋଜିତ

dr. purohit

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କୋଇଲା ନଗରୀ ତାଳଚେରକୁ ଜିଲ୍ଲାର ମାନ୍ୟତା ଦେବା ନିମନ୍ତେ ଦୀର୍ଘ ୨ ମାସରୁ ଅଧିକ ହେଲା ତାଳଚେର ଜିଲ୍ଲା କ୍ରିୟା ଅନୁଷ୍ଠାନ କମିଟି ସଭ୍ୟ ବୃନ୍ଦ ସ୍ଥାନୀୟ ଉପଖଣ୍ଡ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗଣ ଧାରଣା ଦେଇ ଆସୁଥିବା ଅବସରରେ ଏହି ଦାବୀକୁ ବଳ ଦେବା ନିମନ୍ତେ “ଭୁବନେଶ୍ୱର ଚାଲ” କାର୍ଯ୍ୟକ୍ରମ ଆୟୋଜନ କରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ ଏବଂ ବିଭିନ୍ନ ପ୍ଲା କାର୍ଡ ଧରି ଭୁବନେଶ୍ୱର ରାଜପଥ ତାଳଚେରକୁ ଜିଲ୍ଲାର ମାନ୍ୟତା ଦେବାକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରୟାସ କରିଥିବା ଦୃଷ୍ଟି ଗୋଚର ହୋଇଛି । ସ୍ୱର୍ଗତ ବିଜୁ ପଟ୍ଟନାୟକ ତାଳଚେରକୁ ଜିଲ୍ଲା ମାନ୍ୟତା ଦେବାକୁ ତାଙ୍କ ରାଜନୈତିକ କାର୍ଯ୍ୟକାଳରେ ପ୍ରତିଶ୍ରୁତି ଦେଇଥିବା ବେଳେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପିତାଙ୍କ ସ୍ୱପ୍ନ ପୂରଣ କରନ୍ତୁ ବୋଲି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତି ସମୂହ ପ୍ରକାଶ କରିଛନ୍ତି ।

nrusinghnath
Leave A Reply

Your email address will not be published.