ଡେଲାଙ୍ଗରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଡଁପୁର ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଭା ପରିସରରେ ବୁଧବାର ବ୍ଳକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଡେଲାଙ୍ଗ ବିଡିଓ କ୍ଷୀରୋଦ୍ରର ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରୀନାଥ ପାଢ଼ୀ, ବ୍ଳକ ଶିକ୍ଷା ଅଧିକାରୀ ନିରଜ୍ଞନ ପାତ୍ର, ଆଭା ଅନୁଷ୍ଠାନର ସଭାପତି ସୁଧିର ଚନ୍ଦ୍ର ଦାସ, ସମ୍ପାଦକ ଦୁର୍ଯ୍ୟେଧନ ପରିଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଡେଲାଙ୍ଗ ବ୍ଳକର ୨୧ଟି ପଞ୍ଚାୟତର ଦିବ୍ୟାଙ୍ଗ ମାନଙ୍କୁ ଚହ୍ନିଟ କରାଯାଇ ସେମାନଙ୍କୁ ଡିଜିଟାଲ ପ୍ରମାଣ ପତ୍ର ଯୋଗାଇ ଦିଆଯିବ । ଯାହାକି ସେମାନଙ୍କର ଭବିଷ୍ୟତରେ କାମରେ ଆସି ପାରିବ । ଆଜି ଏହି ଶିବିରରେ ୪୦୫ ଜଣ ନାମ ରେଜେଷ୍ଟ୍ରେସନ କରିଥିବା ଜଣାପଡିଛି । ବିଶେଷ କରି ଅସ୍ଥିଶଲ୍ୟ, ଚକ୍ଷୁ, ମାନସିକ ଓ ନାସା, ଗଳା ବିଭାଗର ବିଶେଷଜ୍ଞମାନଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା । ବ୍ଳକର ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ସଂଯୋଜକ ବୈଦେହି ପାଢ଼ୀ, ତିଲୋତମା ସୁନ୍ଦରାୟ, ସ୍ୱପ୍ନାରାଣୀ ପାଟ୍ଟଯୋସି କାର୍ଯ୍ୟକ୍ରମକୁ ପରିଚାଳନରେ ସହଯୋଗ କରିଥିଲେ । ଡେଲାଙ୍ଗ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ତପନ ଚନ୍ଦ ଦାସ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ଦେଇଥିଲେ । ସୁଚନା ଯୋଗ୍ୟ ଯେ, ବିଗତ ଦିନରେ ଡେଲାଙ୍ଗ ବ୍ଳକର କାର୍ଯ୍ୟକ୍ରମ ବ୍ଳକ ପରିସରରେ କରାଯିବା ପାଇଁ ପଞ୍ଚାୟତ ସମିତି ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିଲା । ଏପରିକି ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଏଠାରେ କରିବା ଦ୍ୱାରା ଦିବ୍ୟାଙ୍ଗମାନଙ୍କୁ ନେଇକି ଆସୁଥବା ଅବିଭାବକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଛି । ମାତ୍ର ପଞ୍ଚାୟତ ସମିତି ବୈଠକରେ ଗ୍ରହଣ କରାଯାଇଥିବା ନିସ୍ପତ୍ତିକୁ ବ୍ଳକ ସାମାଜିକ ଅଧିକାରୀ ଓ ବିଡିଓ ମାନୁନଥିବା ବିଭିନ୍ନ ଜନପ୍ରତିନିଧିମାନେ କହିଛନ୍ତି । ଯାହା ଫଳରେକି ଡେଲାଙ୍ଗରେ ଏହାକୁ ନେଇ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ଦିନରେ ଏହାକୁ ନେଇ ପଞ୍ଚାୟତ ସମିତିରେ ଏକ ଝଡସୃଷ୍ଟି ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.