ପୋଲିସ ଦ୍ୱାରା ବ୍ରାଉନସୁଗାର ବେପାରୀ ଗିରଫ

ଭଦ୍ରକ : ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ପୋଲିସ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ଛୟାଳସିଂ ଅଞ୍ଚଳରୁ ବନ୍ତ ଥାନା ପୋଲିସ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିବା ସହ ୧୧ ଗ୍ରାମରୁ ଅଧିକ ବ୍ରାଉନସୁଗାର ବେପାରୀ ଠାରୁ ଜବତ କରିଛି । ତେବେ ବ୍ରାଉନସୁଗାରର ଓଜନ ୧୧.୧୦୩ ଗ୍ରାମ ରହିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ହାସିନପୁର ଗାଁର ଶ୍ରୀକାନ୍ତ ପ୍ରଧାନ । ଏନେଇ ଭଦ୍ରକ ଏସଡିପିଓ ସାର୍ଥକ ରାଏ ଜବତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.