oom

ସମାଜସେବୀ ତଥା ପୂର୍ବତନ ସରପଂଚ ବେଣୁଧର ପାଣିଗ୍ରାହୀଙ୍କ ପରଲୋକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟିର ବୟୋଜ୍ୟେଷ୍ଠ ସମାଜସେବୀ ତଥା ପୂର୍ବତନ ସରପଂଚ ବେଣୁଧର ପାଣିଗ୍ରାହୀଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ୯୮ ବର୍ଷ ହେଉଥିଲା । ବାର୍ଦ୍ଧକ୍ୟ ଜନିତ କାରଣରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ କିଛିଦିନ ହେଲା ଚିକିତ୍ସିତ ହେଉଥିଲେ । ରବିବାର ସ୍ଥାନୀୟ ବିଜାଖମନ ଶ୍ମଶାନଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱର୍ଗତ ବେଣୁଧରଙ୍କ ତୃତୀୟ ପୁତ୍ର ନବୀନ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ବେଣୁଧରଙ୍କ ୮ ପୁଅ ଓ ୨ ଝିଅ ଥିବା ବେଳ ୨ ପୁଅଙ୍କ ପୂର୍ବରୁ ପରୋଲୋକ ହୋଇଯାଇଛି । ତାଙ୍କ ପତ୍ନୀ ବିନୋଦିନୀଙ୍କ ମଧ୍ୟ ପୂର୍ବରୁ ମୃତ୍ୟୁ ହୋଇସାରିଛି । ତାଙ୍କର ପୁଅଙ୍କ ମଧ୍ୟରେ ସ୍ୱର୍ଗତ ଅନ୍ତର୍ଯ୍ୟାମୀ (ପୂର୍ବତନ ରେଞ୍ଜର), ସ୍ୱର୍ଗତ ଲଲିତ (ପୂର୍ବତନ ପୋଲିସ ଡିଏସ୍‌ପି ), ନବୀନ (ପୂର୍ବତନ ରେଞ୍ଜର), ସରୋଜ କୁମାର (ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ), ଅଧ୍ୟାପକ ସୁରେନ୍ଦ୍ର, ଶୁଶିଲ (ପୂର୍ବତନ ଅତିରିକ୍ତ ଏସପି), ସୁଶାନ୍ତ (ପୂର୍ବତନ ବ୍ଳକ ଅଧ୍ୟକ୍ଷ), ସୁକାନ୍ତ (ବିଶିଷ୍ଟ କ୍ରିଡାବିତ ତଥା ଏଜି ଅଧିକାରୀ) ଓ ୨ ଝିଅ ସଂଯୁକ୍ତା ଓ ସବିତା ସେହିପରି ନାତି ନାତୁଣୀଙ୍କ ମଧ୍ୟରେ ସୁବାଷ, ବିକାଶ, ତାପସ, ପ୍ରିତିଶ, ପ୍ରଭାଷ, ପ୍ରତ୍ୟୁଷ, ପିୟୁଷ ପ୍ରମୁଖ ଶ୍ମଶାନରେ ଉପସ୍ଥିତ ଥିଲେ । ଭଣଜା ମାନଙ୍କ ମଧ୍ୟରେ ହରିନାରାୟଣ(ନରି), ସଞ୍ଜିବ ଓ ଶାନ୍ତୁନୁ ପ୍ରମୁଖ ଶ୍ମଶାନରେ ଉପସ୍ଥିତ ଥିଲେ । ଜ୍ୱାଇଁଙ୍କ ମଧ୍ୟରେ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ନାଏକ ଓ ବହୁ ବନ୍ଧୁ ପରିଜନ ଅନ୍ତିମ ଦର୍ଶନ କରିଥିଲେ । ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସ୍ୱର୍ଗତ ବେଣୁଧରଙ୍କ ବହୁ ଅଟନ୍ତି । ସ୍ୱର୍ଗତ ବେଣୁଧର ଚନ୍ଦନଭାଟି ଗ୍ରାମ ପଂଚାୟତର ଲଗାତାର ୨୫ ବର୍ଷ ଧରି ସରପଂଚ ରହି ଅଂଚଳର ଜନମାନସରେ ନିଜକୁ ସାମିଲ କରିଥିଲେ । ବେଣୁଧର ଟିଟିଲାଗଡ଼ର ସମ୍ଭ୍ରାନ୍ତ ବେହେରା ପରିବାରରେ ବିବାହ କରିଥିଲେ । ବିଚାରପତି ବାଳକୃଷ୍ଣ ବେହେରା ଓ ହରେକୃଷ୍ଣ ବେହେରାଙ୍କ ଭଉଣୀ ବିନୋଦିନୀଙ୍କୁ ସେ ବିବାହ କରିଥିଲେ । ସ୍ୱର୍ଗତ ବେଣୁଧରଙ୍କ ଦୁଇଭାଇ ବିରଂଚି ଓ ମୁରଲୀଙ୍କ ମଧ୍ୟ ପୂର୍ବରୁ ପରୋଲୋକ ହୋଇସାରିଛି । ଏହି ଖବର ଚନ୍ଦନଭାଟି ଅଂଚଳରେ ପ୍ରଚାରିତ ହେବା ପରେ ଶୋକରଛାୟା ଖେଳି ଯାଇଛି । ତାଙ୍କ ପରଲୋକରେ ଭଉଣୀ ସୁବାଷିନୀ ପୁଜାରୀ, ସୀତା ନାଏକ, ଭାଇ ଶରତ ପାଣିଗ୍ରାହୀ ଗଭୀର ଶୋକ ପ୍ରକାଶ କରଛନ୍ତି ।

jittmm
Leave A Reply

Your email address will not be published.