ସମ୍ମାନଜନକ ବେନିମାଧବ ସମ୍ମାନ ପାଇବେ ଦୁଃଖନାଶନ ବେହେରା

ସମ୍ବଲପୁର, (ପୁସ୍ତମ ଯୁଆଡି ): ପଶ୍ଚିମ ଓଡିଶାର କଳା, ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର, କଳାକାର ମାନଙ୍କୁ ସମ୍ମାନ ଜଣାଇବା ପାଇଁ ‘ଗଙ୍ଗାଧର ବିଶି ପ୍ରକାଶନୀ’ ପକ୍ଷରୁ ବେନିମାଧବ ସମ୍ମାନ’ ଗତବର୍ଷଠାରୁ ପ୍ରଦାନ କରାଯାଉଛି । ଏହି ସମ୍ମାନ ସ୍ୱରୂପ ଏକଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ପାଟଯୋଡ, ମାନପତ୍ର ତଥା ସମ୍ବର୍ଦ୍ଧନା ଫଳକ ପ୍ରଦାନ କରାଯାଉଛି । ଏହି ସମ୍ମାନ ଗତବର୍ଷ ପ୍ରଥମ ଥର ପାଇଁ ଦଣ୍ଡନୃତ୍ୟ ଜଗତର ପ୍ରଖ୍ୟାତ ଢୁଲିଆ ମଗଶିର ନନ୍ଦଙ୍କୁ ପ୍ରଦାନ କରାଯାଇଥିଲା । ପୁଷପୁନି ଉପଲକ୍ଷେ ଦ୍ଵିତୀୟ ‘ବେନିମାଧବ’ ସମ୍ମାନ ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ମର୍ୟ୍ୟାଦାଜନକ ସମ୍ମାନ ବିଶିଷ୍ଟ ସଂଚାର କଳାକାର ତଥା ଲୋକ ସଂସ୍କୃତି ଗବେଷକ ଦୁଖନାଶନ ବେହେରାଙ୍କୁ ପ୍ରଦାନ କରିବାର ସ୍ଥିରିକୃତ ହୋଇଛି । ଏଥିପାଇଁ ଗଠିତ ମନୋନୟନ କମିଟିର ସଦସ୍ୟ ସଂଜୟ ସୂପକାର, ଅଶୋକ ପ୍ରଧାନ, ଡ଼.ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଡ଼.ଶ୍ୟାମ ଭୋଇ ଓ ଅଧ୍ୟାପକ ମାନସ କୁମାର ଷଡଙ୍ଗୀ ଦ୍ୱାରା ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ଗୃହୀତ ହୋଇଛି । ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀ ବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.