ରାଜ୍ୟ ସରକାରଙ୍କ ଆଇନକୁ ବେଖାତିର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ ପ୍ରଣୟନ କରୁଛନ୍ତି ଅନେକ ଯୋଜନା । ଲୋକେ ଯେମିତି ହଇରାଣ ନ ହେବେ ସେଥିପାଇଁ ରାଜ୍ୟରେ କାର୍ୟ୍ୟକାରୀ ହେଉଛି ସରକାରଙ୍କ ନିର୍ଦ୍ଦେଶ । ଏଥିପାଇଁ କାମ କରୁଛି ୫ଟି ଏବଂ “ମୋ ସରକାର” ବିଭାଗ । ପୂର୍ଣ୍ଣ ପାରଦର୍ଶିତା ସହ ପ୍ରତ୍ୟେକ କାର୍ୟ୍ୟ ସମ୍ପାଦନ କରିବା ପାଇଁ ଖୋଦ ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ପ୍ରତ୍ୟକ୍ଷ ଭାବେ ୫ଟି ର ସର୍ବେସର୍ବା ଅଛନ୍ତି । ହେଲେ ପଦ୍ମପୁର ଉପଖଣ୍ଡ ଏବଂ ବିଶେଷ କରି ରାଜବୋଡାସମ୍ବର ବ୍ଲକରେ ତାହା ପ୍ରହସନ ପାଲଟିଛି । ଏଠାରେ ନିୟୋଜିତ ହେଉଥିବା କର୍ମଚାରୀମାନେ ଏବେବି ମୁଖ୍ୟମନ୍ତ୍ରୀଙ୍କ କଥା ମାନିବାକୁ ନାରାଜ । ଲୋକଙ୍କୁ ହଇରାଣ କରିବାରେ ବେଶ୍ ଓସ୍ତାଦ । ସୂଚନା ଅନୁସାରେ ରାଜବୋଡାସମ୍ବର ବ୍ଲକରେ ରାଜସ୍ୱ ବିଭାଗର କର୍ମଚାରୀଙ୍କ ଅବହେଳା ଯୋଗୁଁ ସର୍ପ ଦର୍ଶନରେ ପ୍ରାଣ ହରାଇଥିବା ଝିଅର ଅନୁକମ୍ପାମୂଳକ କ୍ଷତି ପୂରଣ ରାଶି ୪ ଲକ୍ଷ ଟଙ୍କା ପାଇବା ପାଇଁ ପାଇକମାଲ ବ୍ଲକ ଅଧୀନସ୍ଥ ବମ୍ବିତ ଗ୍ରାମର ଦାଶରଥୀ ବାରିକ ଦୌଡି ଦୌଡି ନୟାନ୍ତ ହୋଇଗଲେଣି । କି‌ନ୍ତୁ ତାଙ୍କୁ ମିଳି ପାରୁନି କ୍ଷତିପୂରଣ ଟ‌ଙ୍କା । ତୁରନ୍ତ ସରକାରଙ୍କ ତରଫରୁ ମିଳୁଥିବା ସହାୟତା ରାଶି ପ୍ରଦାନ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.