oom

ମଠଖାଇ ମହୋତ୍ସବର ସାଧାରଣ ପରିଷଦ ବୈଠକ : ମଠଖାଇ ମହୋତ୍ସବ-୨୦୨୧ ବାତିଲ୍‌ ନିଷ୍ପତ୍ତି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବଭାରତୀୟ ନାଟକ ମହୋତ୍ସବ ‘ମଠଖାଇ ମହୋତ୍ସବ’ର ସାଧାରଣ ପରିଷଦ ବୈଠକ ଆଜି ସଂଧ୍ୟାରେ ସ୍ଥାନୀୟ ଲ’ କଳେଜ ପରିସରରେ ‘ଭୂମିକା’ର ବରିଷ୍ଠ ସଭ୍ୟ ଚିତ୍ତରଂଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ କରୋନା ସଂକ୍ରମଣ ତଥା କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ମଠଖାଇ ମହୋତ୍ସବ-୨୦୨୧କୁ ବାତିଲ୍‌ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଶ୍ରୀକର ମିଶ୍ର, ସନାତନ ଠାକୁର, ରାମଚନ୍ଦ୍ର ସାହୁ, ନିମାଇଁ ଚରଣ ପାଣିଗ୍ରାହୀ, ଆନଂଦ ଚଂଦ୍ର ସାହୁ, ନିଗମାନନ୍ଦ ନାଥ, ସୁଧାଂଶୁଶେଖର ପଟ୍ଟନାୟକ, ମନୋରଂଜନ ଦାଶ, ସତ୍ୟ ନାୟକ, ଜ୍ୟୋତିରାଜ ନାଗ, ଟୁନା ମହାନ୍ତି, ୱାହିଦ ମହମ୍ମଦ ୱାହିଦ, ବିଜୟ ପଧାନ, ଧର୍ମେନ୍ଦ୍ର କୁମାର ନନ୍ଦ, ଅସୀମ କୁମାର ଭୋଇ, ଚିତ୍ତରଂଜନ ସାହୁ, ବ୍ୟାସଦେବ ନନ୍ଦ, ଶିରିଶ ଚନ୍ଦ୍ର ହୋତା, ସଂଦୀପ କୁମାର କୁଅଁର, ଅର୍ଜୁନ କୁମାର ସାହୁଙ୍କ ସହ ବହୁ ସଦସ୍ୟ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.