oom

ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌ : ୨୦ ଆହତ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ୧୬ ନମ୍ୱର ଜାତୀୟ ରାଜପଥ କୋକୋ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌ । ଏହି ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଡ୍ରାଇଭର ଏବଂ କଣ୍ଡକ୍ଟର ମଧ୍ୟ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଅଞ୍ଚଳର ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ସେମାନଙ୍କୁ ଅନ୍ୟ ବସ୍‌ ଯୋଗେ ତାଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇଦେଇଛି । ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ବିଜୟନଗରମ ଅଞ୍ଚଳର କିଛି ଯାତ୍ରୀ ଓଡ଼ିଶା ବୁଲିବାକୁ ଆସିଥିଲେ । ଭ୍ରମଣ ସାରି ଫେରିବା ବେଳେ ୧୬ ନମ୍ୱର ଜାତୀୟ ରାଜପଥ କୋକୋ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ୍‌କୁ ଯାତ୍ରୀବାହୀ ବସ୍‌ଟି ଧକ୍କା ଦୋଇଥିଲା । ଯାହା ଫଳରେ ୨୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ଡ୍ରାଇଭର ଏବଂ କଣ୍ଡକ୍ଟର ମଧ୍ୟ ଆହତ ହୋଇଥିଲେ । ଏନେଇ ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ସେମାନଙ୍କୁ ଅନ୍ୟ ବସ୍ ଯୋଗେ ତାଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇଦେଇଛି ।

Leave A Reply

Your email address will not be published.