om academy

ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ-୨୦୨୩ ଅଭିଯାନ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତିକୁ ନେଇ “ଭାରତ କା ଅମୃତ ମହୋତ୍ସବ” ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ଭାରତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ଯୋଜନା ଉପରେ ଲାଭାର୍ଥୀଙ୍କୁ ସଚେତନ କରାଯାଉଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଇଫକୋ ପକ୍ଷରୁ ସୁବର୍ଣ୍ଣପୁରଠାରେ “ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ-୨୦୨୩ ଅଭିଯାନ”କୁ ନେଇ ଏକ କୃଷି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ବରିଷ୍ଠ ବୈଜ୍ଞାନିକ ଜୀବନଜୀତ୍ ସେନ୍‌ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଷକତତ୍ୱ, ପୃଷ୍ଟିକର ବଗିଚା ଏବଂ ବୃକ୍ଷ ରୋପଣ ଉପରେ ବିଶେଷଜ୍ଞମାନେ ଆଲୋକପାତ କରିଛନ୍ତି । ଏହି କୃଷକ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷାକୁମାରୀ, ସହକାରୀ ବନ ସଂରକ୍ଷକ ସୁଶିଲ ତ୍ରିପାଠୀ, ଇଫକୋର କ୍ଷେତ୍ର ପରିଦର୍ଶକ ପ୍ରସିତ୍ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଉଭୟ ପୃଷ୍ଟିକର ଉଦ୍ୟାନ ସୃଷ୍ଟି ସହ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଇଫକୋ ତରଫରୁ କୃଷକମାନଙ୍କୁ ମାଗଣାରେ କେନ୍ଦ୍ର ସରକାର ପ୍ରଦତ୍ତ ପନିପରିବା ମଞି ପାକେଟ୍ ବିତରଣ କରାଯାଇଥିଲା ।

Leave A Reply

Your email address will not be published.