oom

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା : ଉତ୍କଳ ଶାନ୍ତି କ୍ଲବ୍ ଓ ୟୁନାଇଟେଡ କ୍ଲବ୍ ବିଜୟୀ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଆଜିର ମ୍ୟାଚକୁ ଉତ୍କଳ ଶାନ୍ତି କ୍ଲବ ଓ ୟୁନାଇଟେଡ କ୍ଲବ୍ ଜିତି ନେଇଛନ୍ତି । ଆଜିର ଖେଳରେ ବିକାଶ ଷ୍ଟାଡିୟମରେ କୁମ୍ଭାରୀର ଭବାନୀ କ୍ଲବ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ଦଳ ପକ୍ଷରୁ ସେକ.ଫଇମ ରାଜା ୩୭ ରନ, ଗଜପତି ଭୋଇ ୩୩ ରନ, ସରୋଜ ପାଣିଗ୍ରାହୀଙ୍କ ୧୮ ରନ, ସାହିଦ ଖାଁଙ୍କ ୧୧ ରନ ଫଳରେ ଦଳ ୩୭.୪ ଓଭରରେ ୧୩୯ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ପ୍ରତିପକ୍ଷ ଉତ୍କଳ ଶାନ୍ତି କ୍ଲବର ହର୍ଜିତ ସିଂ ୧୩/୩, ଆଶୁତୋଷ ମହାରଣା ୨୨/୨, ସରୋଜ ପ୍ରଧାନ ୩୪/୨, ରାମ ବେରୀଵାଲ ୪୪/୧ ୱିକେଟ୍ ନେଇଥିଲେ । ଏହି ସ୍କୋରର ପିଛାକରି ଉତ୍କଳ ଶାନ୍ତି ଦଳ ୨୨.୫ ଓଭର ଖେଳି ମାତ୍ର ୨ ୱିକେଟ୍ ବିନିମୟରେ ୧୪୩ ରନ କରି ମ୍ୟାଚକୁ ୮ ୱିକେଟରେ ଜିତି ନେଇଥିଲେ । ଉତ୍କଳ ଶାନ୍ତି ପକ୍ଷରୁ ପ୍ରତ୍ୟୁଷ ଶତପଥୀ ୪୭ ରନ, ହର୍ଜିତ ସିଂ ୨୯ ରନ ଏବଂ ଉମେଶ ଦୀପ ୨୮ ରନ କରିଥିଲେ । ଭବାନୀ କ୍ଲବ ପକ୍ଷରୁ ଶାହିଦ ଖାଁ ୩୧/୨ ୱିକେଟ୍ ନେଇଥିଲେ । ମ୍ୟାଚକୁ ଅକ୍ଷୟ ସାହାଣୀ ଓ ସୁରେଶ ଦାଶ ପରିଚାଳିତ କରିଥିବା ବେଳେ ସ୍କୋରର ଥିଲେ ରଜତ ଦାଶ । ସ୍ଥାନୀୟ ମିନି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ବରଗଡ଼ ସୁପରଜିମ୍ନାସିଅମ୍ ଦଳ ପକ୍ଷରୁ ସତ୍ୟାନନ୍ଦ ମଟାରୀ ୩୭ରନ, ଦେବାଶିଷ ଦାସ ୨୮ ରନ, ପ୍ରହଲ୍ଲାଦ ମେହେର ୧୬ ରନ, ବିଶାଳ ଶୁକ୍ଳା ୧୪ ରନ କରିବା ଫଳରେ ଦଳ ୩୫.୪ ଓଭରରେ ସମସ୍ତ ୱିକେଟ୍ ହରାଇ କରିଥିଲା୧୫୨ ରନ । ପ୍ରତିପକ୍ଷ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ୍ ପକ୍ଷରୁ ଶ୍ରୀକାନ୍ତ ପ୍ରଧାନ ୩୪/୪, ବିକାଶ ପ୍ରଧାନ ୨୨/୩, ଆଜାଦ ପ୍ରଧାନ ୩୦/୧, ସେକ. ମୋଈନୁଦ୍ଦିନ ୧୨/୧, ସୁଶାନ୍ତ ବିଶି ୧୩/୧ ୱିକେଟ୍ ନେଇଥିଲେ । ଜବାବରେ ୟୁନାଇଟେଡ କ୍ଲବ୍ ଦଳର ସୁଶାନ୍ତ ବିଶିଙ୍କ ୪୪ ରନ, ଆଜାଦ ପ୍ରଧାନଙ୍କ ୨୯ ରନ, ମଳୟ ହାତୀ ଓ ସଂକଳ୍ପ ରାଉତଙ୍କ ୧୩ ରନ ଫଳରେ ଦଳ ୧୫.୩ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ କରିନେଇ ମ୍ୟାଚକୁ ୪ ୱିକେଟରେ ଜିତି ନେଇଥିଲା । ପ୍ରତିପକ୍ଷ ସୁପର ଜିମ୍ନାସିଅମ୍ ପକ୍ଷରୁ ସନ୍ଦୀପ ନାୟକ ୪୧/୨, ପ୍ରହଲ୍ଲାଦ ମେହେର ୩୨/୧, ବିଶାଳ ଶୁକ୍ଳା ୨୭/୧ ୱିକେଟ୍ ନେଇଥିଲେ । ମ୍ୟାଚ୍ ପରିଚାଳନା କରିଥିଲେ ୱିଲସନ ସିଂ ଓ ଭରତ ଚେତନ ପଣ୍ଡା । ସ୍କୋରର ଥିଲେ ମନୋଜ ପାତ୍ର ।

jittmm
Leave A Reply

Your email address will not be published.