ଆସନ୍ତା କାଲି ବରଗଡ଼ ଜିଲ୍ଲା ବନ୍ଦ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଓଡ଼ିଶା ମୋଟର ଚାଳକ ସଂଘ ବରଗଡ଼ ଜିଲ୍ଲା କମିଟି ପକ୍ଷରୁ ୧୦ ଦଫା ଦାବୀରେ ବରଗଡ଼ ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବାକୁ ଆହ୍ବାନ ଦେଇଛନ୍ତି । ୧୦ ଦଫା ଦାବୀ ମଧ୍ୟରେ ଚାଳକ ମାନଙ୍କ ପାଇଁ କଲ୍ୟାଣ ପାଣ୍ଠି ଗଠନ, ଶ୍ରମ ବିଭାଗ ଦ୍ବାରା ପଞ୍ଜିକରଣ କରିବା, ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ଚାଳକଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା କରିବା ଆଦି ପ୍ରମୁଖ ଦାବୀ ରହିଛି । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ କର୍ମକର୍ତ୍ତା ମାନେ ଅବଗତ କରାଇଥିଲେ ।

Leave A Reply

Your email address will not be published.