ବିସ୍ତାପିତ ସୂର୍ଯ୍ୟନଗର ବସ୍ତି ବାସିନ୍ଦାଙ୍କୁ ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ରିଲିଫ ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରସ୍ତାବିତ ବିଜ୍ଞାନ ପାର୍କ ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ବଲାଙ୍ଗିର ଦ୍ୱାରା ସ୍ଥାପିତ ସୂର୍ୟ୍ୟନଗରର ୭୦ରୁ ଅଧିକ ଗରିବ ଭୁମିହୀନ ପରିବାରଙ୍କୁ ଜେସିବି ଲଗାଇ ସମସ୍ତ ଘରକୁ ଭାଙ୍ଗି ଦେଇ ବିସ୍ତାପିତ କରିଦେଇଛି । ମୁକ୍ତ ଆକାଶ ତଳେ ଅସୁରକ୍ଷିତ ଶିଶୁ-ମହିଳା-ବୃଦ୍ଧା ଦେଖି ଭିଲେଜର୍ସ ଇଣ୍ଡିଆ ପାର୍ଟି ପ୍ରଦେଶ ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ ଏବଂ ପ୍ରଦେଶ କୋଷାଧ୍ୟକ୍ଷ ଅନନ୍ତ ନାରାୟଣ ବନ୍ଦକିଙ୍କ ନେତୃତ୍ୱରେ ଅସୁରକ୍ଷିତ ଭୋକ ଶୋଷରେ ଥିବା ବିସ୍ତାପିତ ସୂର୍ୟ୍ୟନଗର ବସ୍ତି ବାସିନ୍ଦାଙ୍କୁ ଟେଣ୍ଟ / ତମ୍ବୁ ବ୍ୟବସ୍ଥାରେ ରଖି ଆଜି ରିଲିଫ୍‌ ବଣ୍ଟନ କରାଯାଇଛି । ଡ. କୁଶୁଲିଆଙ୍କ ଅନୁସାରେ ବିଶାକ୍ତ ସାପ, ବନ୍ୟଜନ୍ତୁ, ଅସାମାଜିକ ତତ୍ତ୍ୱ, ଦାରିଦ୍ରତା, ଥଣ୍ଡାର ପ୍ରକୋପ ଭଳି ବିପଦ ସଙ୍କୁଳ ଅବସ୍ଥାରେ ପଡି ରହିଥିବା ବିସ୍ତାପିତ ସୂର୍ୟ୍ୟନଗରବାସୀଙ୍କୁ ତାଙ୍କର ଥଇଥାନ ଏବଂ ପୁନଃନିବାସ ଆଶ୍ୱାସନା ଦେଇ ଡ. କୁଶୁଲିଆ ଚେତାବନୀ ଦେଇ ଆସନ୍ତା ୧୮ ତାରିଖ ଠାରୁ ବଲାଙ୍ଗିର ଉପ-ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ସେମାନଙ୍କର ଥଇଥାନ ଏବଂ ପୁର୍ନବାସ ପାଇଁ ବିସ୍ତାପିତ ବସ୍ତି ବାସିନ୍ଦାଙ୍କ ସହ ଅନିଶ୍ଚିତକାଳିନ ଧାରଣାରେ ବସିବା ପାଇଁ କହିଛନ୍ତି ।

ଭିଲେଜର୍ସ ଇଣ୍ଡିଆ ପାର୍ଟି ପ୍ରଦେଶ ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ କହିଛନ୍ତି ଯେ, ଦୀର୍ଘ ୪୦ ବର୍ଷ ଧରି ରହୁଥିବା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପଛପଟଟେ ସୂର୍ୟ୍ୟନଗର-ଆନନ୍ଦନଗର ୱାର୍ଡ ନଂ-୫ ବସ୍ତିବାସିନ୍ଦାଙ୍କ ଘରଗୁଡ଼ିକୁ ପ୍ରସ୍ତାବିତ ବିଜ୍ଞାନ ପାର୍କ ନିର୍ମାଣ ପାଇଁ ଗତ ତା.୧୧.୦୧.୨୦୨୧ ଦିନ ବୁଲ୍‌ଡୋଜର ଲଗାଇ ବଲାଙ୍ଗିର ଜିଲ୍ଲା ପ୍ରଶାସନ ବିନା ଜନ ଶୁଣାଣୀ (ତା.୨୮.୧୨.୨୦୨୧ ଓ ୨୯.୧୨.୨୦୨୦) ତଥା ବିନା ଉଚିତ୍‌ ଥଇଥାନରେ ଭାଙ୍ଗି ଦେଇ ସମସ୍ତ ପରିବାରକୁ ଖୋଲା ଆକାଶ ତଳେ ଭୋକ-ଶୋଷ ତଥା ଅସୁରକ୍ଷିତ ବ୍ୟବସ୍ଥାରେ ରହିବାକୁ ବାଧ୍ୟ କରିଛନ୍ତି । ଏହି କରୋନା ମହାମାରୀ ତଥା ଅତି ଗରିବ ଏବଂ ଭୁମିହୀନ ମାନଙ୍କୁ ଏପରି ଭାବରେ ବିନା ଥଇଥାନରେ ୨ ଦିନରେ (ଛୁଟି ଥିବା ଶନିବାର ଓ ରବିବାର) ବସ୍ତି ଉଚ୍ଛେଦ ନୋଟିସ ଦେଇ ରବିବାର ଦିନ ବିଜୁଳୀ ସମ୍ପର୍କ କାଟି ଦେବା ପରେ ସୋମବାର ଦିନ ବୁଲ୍‌ଡୋଜର୍‌ ଲଗାଇ ନିଜ ସ୍ଥାନରୁ ତଡି ଦେବା ଦ୍ୱାରା ଲୋକଙ୍କ ସମସ୍ତ ମୂଲ୍ୟବାନ ସାମଗ୍ରୀ କାନ୍ଥ ତଳେ ଚାପି ହୋଇ ନଷ୍ଟ ହୋଇଯାଇଛି । ବର୍ତ୍ତମାନ ସମସ୍ତ ବିସ୍ତ।।ପିତ ମୁକ୍ତ ଆକାଶରେ ତମ୍ବୁ ମାରି ଭୋକ-ଉପାସରେ ରହୁଛନ୍ତି । ଓଡିଶା ସରକାରଙ୍କ ଓଡିଶା ଭୁ-ବନ୍ଦୋବସ୍ତ ଆଇନ-୧୭-୧୮ ତଥା ଜାଗା ମିଶନ ପଟ୍ଟା ବସ୍ତି ବାସିନ୍ଦା ଥଇଥାନ ଆଇନ୍‌ ବିରୁଦ୍ଧରେ ଯାଇଛି ତଥା ହିଟଲର ଫିଲ୍ମୀ ଷ୍ଟାଇଲରେ ଘରକୁ ଭାଙ୍ଗି ଦେଇ ଲୋକଙ୍କୁ ପୋଲିସ ଦ୍ୱାରା ଲୋକଙ୍କୁ ଘଉଡ଼ାଇ ଦେବା ମାନବ ଅଧିକାରର ଉଲଂଘନ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଜୀଙ୍କ ବସ୍ତିବାସିନ୍ଦା ଥଇଥାନ ଆଇନ ଦ୍ୱାରା ଅଧିକାଂଶ ବଲାଙ୍ଗିର ମ୍ୟୁନିସିପାଲିଟି ଦ୍ୱାରା ଜାଗା ମିଶନ ପଟ୍ଟା ପାଇଁ ଉଷା ସର୍ଭେ କାର୍ଡ ପାଇଛନ୍ତି ଏବଂ ବଲାଙ୍ଗିର ମ୍ୟୁନିସିପାଲିଟିର ନାମୀ ତଥା ପୁରୁଣା ସମସ୍ତ ସୁବିଧା ଥିବା ପଡାକୁ ଉଚ୍ଛେଦ କରିଛନ୍ତି । ଏଣୁ ଆଜି ଭିଲେଜର୍ସ ଇଣ୍ଡିଆ ପାର୍ଟି ନେତୃତ୍ୱରେ ବିସ୍ତାପିତ ସୂର୍ୟ୍ୟନଗର ନିବାସୀ ସକାଳ ୧୧ଟାରେ ଉପଜିଲ୍ଲାପାଳ ସୁଧାକର ନାୟକଙ୍କ ଦ୍ୱାରସ୍ତ ହୋଇଥିଲେ । ଗତକାଲି ସାକ୍ଷାତ ହୋଇପାରିନ ଥିବାରୁ ଆଶାହୀନ ହୋଇ ଫେରି ଆସିଥିଲେ ଓ ଆସନ୍ତା ତା.୧୮.୦୧.୨୦୨୧ ଦିନ ସୂର୍ୟ୍ୟନଗର-ଆନନ୍ଦନଗର ବସ୍ତିବାସିନ୍ଦା ନାଗରିକ ସୁରକ୍ଷା ସମିତି ଏବଂ ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ ପାଇଁ ବଲାଙ୍ଗିର ଉପ-ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଦାବୀପତ୍ର ପ୍ରଦାନ ସହ ଅନିଶ୍ଚିତକାଳିନ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ଭିଆଇପି ଅଧ୍ୟକ୍ଷ ଡ. କୁଶୁଲିଆ ଜଣାଇଅଛନ୍ତି । କୁହାଯାଇଛି ଯେ, ବିସ୍ତାପିତ ସୂର୍ୟ୍ୟନଗର-ଆନନ୍ଦନଗର ବସ୍ତିବାସିନ୍ଦାଙ୍କୁ ପ୍ରଧାନ ମନ୍ତ୍ରୀ, ଇନ୍ଦିରା ଆବାସ, ମୋ କୁଡିଆ, ବିଜୁ ପକ୍କାଘର ଯୋଜନା ଏବଂ ଜାଗା ମିଶନ ପଟ୍ଟା ସହ ନଗଦ କ୍ଷତିପୂରଣ ଦେଇ ସେହି ଅଭାଗା ଗରିବ ଭୁମିହୀନ ବଲାଙ୍ଗିରର ନାଗରିକ ମାନଙ୍କୁ ଅତିଶୀଘ୍ର ଉଚିତ ଥଇଥାନ କରିବା ସଂପର୍କରେ ଦାବୀପତ୍ରରେ ଉଲ୍ଲେଖ ରହିବ ।

Leave A Reply

Your email address will not be published.