୧୯୮୯ ପି.ପି. ଏକାଡେମୀ ମେଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ବଲାଙ୍ଗିର,(ଦେବାଶିଷ ମିଶ୍ର): ସ୍ଥାନୀୟ ଏକ ଫାର୍ମ ହାଉସରେ ଠାରେ ୧୯୮୯ ପି. ପି. ଏକାଡେମୀ ମେଟ୍ରିକ ବେଚ୍‌ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୪ ଜଣ ପୁରାତନ ଛାତ୍ର ଅଂଶଗ୍ରହଣ କରିଥିଲେ । ପ୍ରଥମେ ପି.ପି. ଏକାଡେମୀର ଦିବଂଗତ ପ୍ରଧାନଶିକ୍ଷକ ବିଶ୍ୱନାଥ ଶତପଥୀ ଏବଂ କିଛି ପୁରାତନ ଛାତ୍ରମାନଙ୍କ ମାତୃ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରିଚୟ ପ୍ରଦାନ ଓ ନିଜର ପିଲା ଦିନର ସ୍ମୃତି ରୋମାନ୍ଥନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ତଥା ରାଜ୍ୟ ବାହାରରୁ ଆସିଥିବା କିଛି ପୂରାତନ ଛାତ୍ରମାନଙ୍କୁ ସମ୍ମାନିତ କରାଯାଇଥିଲା । ଡିସେମ୍ବର ମାସରେ ଜନ୍ମଗ୍ରହଣ କରିଥିବା ପୂରାତନ ଛାତ୍ରମାନଙ୍କ ଜନ୍ମ ଦିନକୁ କେକ୍‌ କାଟି ପାଳନ କରାଯାଇଥିଲା । ଆଗାମୀ ଦିନରେ ୧୯୮୯ ମେଟ୍ରିକ ବେଚ୍‌ ତରଫରୁ ପାଣ୍ଠି ସଂଗ୍ରହ କରି କିଛି ସାମାଜିକ କାର୍ଯ୍ୟ ହାତକୁ ନିଆଯିବା ଉପରେ ଆଲୋଚନା ହୋଇଥିଲା । ସମସ୍ତ ପୁରାତନ ଛାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୋଭିଡ ଗାଇଡଲାନ ନିୟମକୁ ମାନି ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.