oom

ହରଭଙ୍ଗା ସ୍କୁଲ ତରଫରୁ ବନ ମହୋତ୍ସବ

jsmm

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୟୁଥ ଏଣ୍ଡ ଇକୋ କ୍ଲବ ତରଫରୁ କୋଭିଡ ଗାଇଡଲାଇନ ଅନୁପାଳନ କରି ୭୨ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋବିନ୍ଦ ସାହୁଙ୍କ ସଭାପତିତ୍ୱରେ ହୋଇଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଆଗଲପୁର ଏବିଇଓ ପ୍ରଭାତ କୁମାର ପାତ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ସାଲେଭଟା ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତ, ସିଆରସିସି ସଦାନନ୍ଦ ଭୁଏ, ପରିଚାଳନା କମିଟି ସଭାପତି ଜଗତ ବିଶ୍ୱାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ବୃକ୍ଷ ହିଁ ଜିୀବନ । ପ୍ରକୃତିକୁ ସୁସ୍ଥ ଓ ସୁନ୍ଦର ଭାବରେ ବଂଚେଇ ରଖିବାରେ ବୃକ୍ଷର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପରିସରରେ ନିମ୍ବ, ଦେବଦାରୁ, ପଣସ, ପିଜୁଳି, ଆମ୍ବ ଆଦି ବୃକ୍ଷ ରୋପଣ କରାଯାଇଥିଲା । ଜିଲ୍ଲା ଜୁନିଅର ରେଡକ୍ରସର ଆହ୍ୱାନକ୍ରମେ ରୋପଣ କରାଯାଇଥିବା ଗୋଟିଏ ନିମ୍ବ ଗଛକୁ ‘ଲିଟିଲ ସିକସ୍‌’ ନାମରେ ନାମିତ କରାଯାଇଛିି । କାର୍ଯ୍ୟକ୍ରମକୁ ଶିକ୍ଷକ ସୁସାନ୍ତ କୁମାର ନନ୍ଦ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ରାଜକିଶୋର ମାହାକୁର, ପିଙ୍କି କର୍ଣ୍ଣ, ମଂଟେଶ କୁମାର ସାହୁ, ପରିଚାଳନା କମିଟି ସଦସ୍ୟ ମଲୟ ବିଶ୍ୱାଲ, ସୁଜାତା ବିଶ୍ୱାଲ, ଭାଗ୍ୟ ସାହୁ, ପଙ୍କଜିନୀ ସେଠ, ସୁଲୋଚନା ସେଠ, ବିମଲା ଠାକୁର, ଶବ୍ୟା ଥନାପତି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶିକ୍ଷକ ରାଜ କଶୋର ମାହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.