କଣ୍ଟାମାଳ ଅଞ୍ଚଳରେ ବଲେନ ବଟା ପୂଜା ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକର କୁଦୁର୍କା, ତୁର୍କା, ବିଲବିଲ, ଆରମୁଲ, ବୁଗେର, ବଣ୍ତା, ପାଞ୍ଚପାଳି, କ୍ଷମାବୀର, ସରମଣ୍ତା ଏବଂ ମୁଲକିଆ ଆଦି ଆଦିବାସୀ ପ୍ରଗଣା ମାନଙ୍କରେ ପରମ୍ପରା ଅନୁସାରେ ପାଳିତ ହୋଇ ଆସୁଥିବା ବାର୍ଷିକ ବଲେନ ବଟା ପୂଜା ମଙ୍ଗଳବାର ଦିନ ବିଭିନ୍ନ ଗ୍ରାମରେ ପାଳିତ ହୋଇଯାଇଛି । ପରମ୍ପରା ଅନୁସାରେ ପ୍ରତିବର୍ଷ ନୂଆଁଖାଇ ପର୍ବ ପାଳନର ପୂର୍ବ ମଙ୍ଗଳବାର ଦିନ ଏହି ପୂଜା ଗ୍ରାମର ସମସ୍ତ ଜାତିର ଲୋକେ ମିଳିମିଶି ପାଳନ କରିଥାନ୍ତି । ଏହି ପୂଜା ପାଳନ ଦ୍ୱାରା ଗ୍ରାମରୁ ମିଲିମିଲା, ବସନ୍ତ ଆଦି ରୋଗ ଦୂର ହୋଇଥାଏ ବୋଲି ପୂର୍ବରୁ ଲୋକଙ୍କ ଦ୍ୱାରା ରହି ଆସିଛି । ଏହି ପୂଜା ବିଭିନ୍ନ ସ୍ଥାନରେ ରୋଗୀ ବଟା, ରାଏରୁଗୀ ବଟା, ଛେନାପହଁରା ଆଦି ନାମଦେଇ ପାଳନ କରିଥାନ୍ତି । ଏହି ପୂଜା ପାଇଁ ସ୍ୱତନ୍ତ୍ର ରୀତିନୀତି ରହିଛି । ଗ୍ରାମର ସମସ୍ତ ପରିବାରରୁ ଖଇଲିଆ ଓ ଝୁଣା ଆସିଥାଏ ।

ସମସ୍ତେ ଆଣିଲା ପରେ ଏକତ୍ର ରଖାଯାଏ । ପୂଜକ ଗୋଟିଏ ଗଡୁରେ ଖଇଲିଆ, କ୍ଷୀର, ଗୁଡ ଏବଂ ଘିଅ ମିଶାଇ ଗାଁର ଉଭୟ ମୁଣ୍ତରେ ଗବଡା ଏବଂ ଗ୍ରାମପତି ଦେବୀଙ୍କୁ ଅର୍ପଣ କରି ଶେଷରେ ଧରଣୀପେନୁଙ୍କୁ ଅର୍ପଣ କରନ୍ତି । ତାପରେ ମନ୍ଦାର ଫୁଲ, ଅରୁଆ ଚାଉଲ, କୁକୁଡା, ଝାଡୁ ଏବଂ ଫଟା ଟୋପା ଆଦି ନେଇ ପୂଜକ ସାଥିରେ ଗାଁର କିଛି ମୁଖିଆ ଲୋକ ବାହାରା ଗାଁର ଶେଷରେ ଯେଉଁଠି ଦୁଇଟି ବାଟ ଯୋଡି ହୋଇଥାଏ ସେଠାରେ ଫଟା ଟୁପା, ଝାଡୁ ରଖିଦେଇ ରୋଗୀ ମା’ଙ୍କୁ ପୂଜନ ପୂର୍ବକ ବିଦାୟ ଦେଇଥାନ୍ତି । ଉକ୍ତପୂଜାରେ କୁକୁଡା ବଳି ଦିଆଯାଏ ଏବଂ ଗୋଟିଏ ଅଣ୍ତା ଓ ଗୋଟିଏ କୁକୁଡା ଚିଆଁକୁ ଛାଡି ଦିଆଯାଏ ।

jittmm
Leave A Reply

Your email address will not be published.