ଖେଳ ପଡ଼ିଆରୁ ଫୁଟବଲ୍ ଗୋଲି ବାର ଚୋରି

ଦେଓଗାଁ, (ମନିଷ କୁମାର ସାହୁ) : ଖେଳ ପଡ଼ିଆରୁ ଫୁଟବଲ୍ ଗୋଲ୍ ବାର ଚୋରି ହୋଇଛି । ତାହା ପୁଣି ଥରେ ନୁହେଁ ଦୁଇ ଦୁଇ ଥର । ଏଭଳି ଘଟଣା ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା ଘଟିଛି ଦେଓଗାଁରେ । ଦେଓଗାଁ ସ୍ଥିତ ନେହେରୁ ଖେଳ ପଡ଼ିଆରେ ଗାଁର ଯୁବ ଗୋଷ୍ଠୀ ମାନେ ପ୍ରତିଦିନ ପଡ଼ିଆରେ ଖେଳକୁଦ ସହ ଅଭ୍ୟାସ କରିଥାନ୍ତି । ୨ ଦିନ ତଳେ ସକାଳୁ ଗାଁର ପିଲାମାନେ ପଡିଆକୁ ଯିବା ପରେ ଦେଖିବାକୁ ପାଇଥିଲେ ଯେ, ଫୁଟବଲ୍ ଗୋଲ୍ ବାରର ଉପର ଲୁହା ନ ଥିଲା । ଗତକାଲି ସକାଳେ ପୁଣି ଆଉ ଗୋଟିଏ ଗୋଲ୍ ବାରର ଲୁହାକୁ କେହି ଚୋରାଇ ନେଇଥିବା ଜାଣିବାକୁ ପାଇଥିଲେ । ଯାହାଫଳରେ କ୍ରୀଡ଼ାପ୍ରେମୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

Leave A Reply

Your email address will not be published.