p purohi

ମେହେନ୍ତର ଏବଂ କର୍ମଚାରୀମାନଙ୍କ ବକେୟା ଦରମା ଦାବୀରେ ବିଜେପି ବରଗଡ଼ ତରଫରୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରାଉ

dr. purohit

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ପୌରପରିଷଦର ମେହେନ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କ ବକେୟା ଦରମା ପ୍ରଦାନ ଦାବୀରେ ତଥା ସହରର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ, ଆଜି ବିଜେପି ବରଗଡ଼ ନଗର ତରଫରୁ ନଗର ସଭାପତି ସୁବ୍ରତ ହୋତାଙ୍କ ନେତୃତ୍ୱରେ ବରଗଡ଼ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରାଉ କରାଯାଇଥିଲା । ସୂଚନା ଅନୁସାରେ ଦୀର୍ଘ ତିନି ମାସରୁ ଉର୍ଧ୍ଵ ହେଲା ପୌର ପରିଷଦର ମେହେନ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରାନଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବିଜେପି ଅଭିଯୋଗ କରିଛି ଏବଂ ତୁରନ୍ତ ସମସ୍ତ ବକେୟା ଦରମା ପ୍ରଦାନ ପାଇଁ ଦାବୀ ଜଣାଇଛି । ସ୍ୱଚ୍ଛ ଭାରତ ଯୋଜନାରେ କେନ୍ଦ୍ର ସରକାର ବରଗଡ଼ ପୌରପରିଷଦକୁ ବର୍ଷକୁ ପାଖାପାଖି ଦେଢ଼ କୋଟି ଟଙ୍କା ଅନୁଦାନ ଦେଉଥିଲେ ମଧ୍ୟ ବରଗଡ ସହରକୁ ପରିଷ୍କାର ପରରିଚ୍ଛନ୍ନ ରଖିବାରେ ପୌର ପ୍ରଶାସନ ବିଫଳ ହୋଇଛି ଏବଂ ଉକ୍ତ ଅନୁଦାନର ବ୍ୟାପକ ଭାବେ ବାଟମାରଣା ହେଉଛି ବୋଲି ବିଜେପି ତରଫରୁ ଅଭିଯୋଗ କରାଯାଇଥିଲା । ଏହି ଅନୁଦାନର ଏକ ଉଚ୍ଚ ସ୍ତରୀୟ ଅଡିଟ କରିବା ପାଇଁ ବିଜେପି ଦାବୀ ଜଣାଇଛି । ସେହିପରି ବୁଲା ଗୋରୁ ଗାଈମାନଙ୍କୁ ରାସ୍ତାରୁ ହଟାଇ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ, ସହରର ଡ୍ରେନ ଗୁଡିକ ତୁରନ୍ତ ମରାମତି କରିବା ପାଇଁ ମଧ୍ୟ ବିଜେପି ଦାବୀ ଜଣାଇଛି । ସମସ୍ତ ଦାବୀ ଉପରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ବିଜେପି ନେତୃବୃନ୍ଦଙ୍କୁ ପ୍ରତିଶୃତି ଦେଇଥିଲେ । ଆଜିର ଏହି ଘେରାଉ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ସମେତ ବରିଷ୍ଠ ନେତା ସୁରେଶ୍ୱର ଶତପଥୀ, ରବି ନାରାୟଣ ଦାଶ, ପ୍ରିତମ ସିଂ, ଅକୁର ମଲ୍ଲିକ, ବିଜୟ ଦାଶ, କିଶୋର ଦାଶ, ଅବନୀକାନ୍ତ ପଣ୍ଡା, ଉରକୁଲୁ ତାଣ୍ଡି, ପରେଶ ବିଶି, ମହେଶ ଦାଶ, ଓମ ପ୍ରକାଶ ସିଂ, ମହେନ୍ଦ୍ର ପୁରୋହିତ, ଅନୁରାଧା ଅଗ୍ରୱାଲ, ସୀମା ସିଂ, ସୁଜାତା ପଣ୍ଡା, ବାସୁଦେବ ବାରିକ, ଶୁଭ୍ରାଂଶୁ ଦାଶ, ସୁଦାମ ମହାପାତ୍ର, ରାମ ପ୍ରସାଦ ଶର୍ମା, ବ୍ରଜ ନାୟକ, ଶୁକୃ ସାହୁ, ପ୍ରଦୀପ ମହାପାତ୍ର, ବିପ୍ଳବ, ସିଦ୍ଧାନ୍ତ ମେହେର ତଥା ଅନ୍ୟାନ୍ୟ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.