pr

ବଜ୍ରାଘାତରେ ଧନୁ ରଣାଙ୍କ ମୃତ୍ୟୁ : ସରକାରୀ ସହାୟତା ଦାବୀ

dr. purohit

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଆଜି ସକାଳୁ ସକାଳୁ ଆରମ୍ଭ ହୋଇଥିଲା ବର୍ଷା । ଏହି ବର୍ଷା ହେବା ଦ୍ଵାରା ଅନେକ ଚାଷୀ ମାନେ ନିଜ ବିଲକୁ ଧାନ ବୁଣିବା ପାଇଁ ଯାଇଥିବା ବେଳେ ବ୍ଳକର ବେଲ୍‌ଗାଁ ପଞ୍ଚାୟତ ପିପୃଟ ଗ୍ରାମର ଧନୁ ରଣା (୫୦)ନିଜ ବିଲକୁ ଯାଉଥିଲେ କିନ୍ତୁ ବର୍ଷା ହେବା ଦ୍ଵାରା ଏକ ଗଛ ତଳେ ଆଶ୍ରୟ ନେଇଥିଲେ ତେବେ ସେହି ସମୟରେ ଘଡ଼ ଘଡି ମାରିଥିଲା । ହେଲେ ଗଛ ତଳେ ଆଶ୍ରୟ ନେବା ସମୟରେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ଘଟିଥିଲା । ଫଳରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ମନରେଗା ଯୋଜନାରେ କାମ କରି ପରିବାର ପୋଷଣ କରୁଥିଲେ । କିନ୍ତୁ ତାଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଥିବା ବେଳେ ପରିବାରର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କର ଦୁଇ ପୁଅ ଝିଅ ମଧ୍ୟ ରହିଛନ୍ତି । ପ୍ରଥମେ ତାଙ୍କୁ ସଇଁନ୍ତଲା ଡାକ୍ତରଖାନାକୁ ଆଣିବା ପରେ ଟିଟିଲାଗଡ଼ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଯାଇଛି । ତେବେ ଏହି ଗରିବ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ ଦାବୀ କରିଛନ୍ତି ।

nrusinghnath
Leave A Reply

Your email address will not be published.