om academy

ବଜ୍ରାଘାତରେ ଜଣେ ମୃତ, ୨ ଗୁରୁତର

jsm

ପାଟଣାଗଡ, (ଦେବାଶିଷ ମିଶ୍ର) : ପାଟଣାଗଡ ବ୍ଲକ ଅନ୍ତର୍ଗତ ଝୁଲେନବନ୍ଧ ଗ୍ରାମରେ ଥିବା ଏକ ପଥର କ୍ୱାରୀରେ କାମ କାରୁଥିବା ବେଳେ ଆଜି ବଜ୍ରାଘାତରେ ଜଣକର ମୃତ୍ୟୁ ହେବା ସହ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଝୁଲେନବନ୍ଧ ଗ୍ରାମର କିଛି ଶ୍ରମିକ ଗ୍ରାମର ଏକ ପଥର କ୍ୱାରୀରେ କାମ କରୁଥିବା ସମୟରେ ଆଜି ଦିବା ୪ ଘଂଟା ସମୟରେ ଘଡଘଡି ସହିତ ବର୍ଷା ହୋଇଥିଲା । ଫଳରେ ବଜ୍ରାଘାତରେ ଘଟଣାସ୍ଥଳରେ ସେହି ଗ୍ରାମର ଆଦିତ୍ୟ ରଣାଙ୍କ ମୃତ୍ୟୁ ହୋଇଥିବା ବେଳେ ରତନ ବରିହା ଏବଂ ମଦନ ବରିହାଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ ଦମକଳ ବାହିନୀ ଦ୍ୱାରା ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ରତନ ବରିହାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପାଟଣାଗଡ ପୋଲିସ ଘଟଣାସ୍ଥଳକୁ ପହଂଚି ଶବ ଉଦ୍ଧାର କରି ପାଟଣାଗଡ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ଆଣିଛନ୍ତି । ତେବେ ଶ୍ରମିକମାନେ କାମ କରୁଥିବା ପଥର କ୍ୱାରୀର ମାଲିକ କିଏ ତାହା ବର୍ତମାନ ପର୍ୟ୍ୟନ୍ତ ଜଣା ପଡିନାହିଁ ଏବଂ ସେହି ପଥର କ୍ୱାରୀ ଆଇନ ସମ୍ମତ ନା ବେଆଇନ, ତାହା ମଧ୍ୟ ଜଣା ପଡିନାହିଁ । ପାଟଣାଗଡ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି ।

Leave A Reply

Your email address will not be published.