ବଜରଙ୍ଗ ଦଳ ନାଁରେ ହେଉଛି ଅପପ୍ରଚାର : ମିଥ୍ୟା କେସରେ କରାଯାଉଛି ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରତିଦିନ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥ ଦେଇ ହଜାର ହଜାର ଗାଈଗୋରୁ ତଥା ଗୋମାତାଙ୍କୁ ଚାଲାଣ କରାଯାଉଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଆସୁଛି । ଆଉ ଏହି ଗୋ-ଚାଲାଣ ଗାଡିକୁ ଅନେକ ଥର ବଜରଙ୍ଗ ଦଳର କର୍ମୀମାନେ ଧରି ନିକଟସ୍ଥ ଥାନା ଓ ପ୍ରଶାସନଠାରେ ଅଭିଯୋଗ କରିଆସୁଛନ୍ତି । ବଜରଙ୍ଗ ଗ୍ରୁପ୍ ଗାଈମାନଙ୍କୁ ଅନେକ ଥର ଉଦ୍ଧାର କରିଥିବାର ଦେଖିବାକୁ ମିଳିଛି । ହେଲେ ଗଲା କିଛି ଦିନ କିଛି କୁଚକ୍ରି ଗୋ-ମାଫିଆ ଏବଂ ଏହା ସହ ଜଡ଼ିତ ଗୋଟେ ରାକେଟ ବଜରଙ୍ଗ ଦଳକୁ ବଦନାମ କରିବା ଆଳରେ କିଛି ମିଥ୍ୟା କେସ୍‌ କରି ଅପପ୍ରଚାର କରୁଛନ୍ତି, ଏହାର ପ୍ରତିବାଦରେ ଶୁକ୍ରବାର ଛତ୍ରପୁରଠାରେ ବଜରଙ୍ଗ ଦଳ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ଗୋମାତାଙ୍କ ପରି ନିରୀହ ଜୀବଙ୍କ ସୁରକ୍ଷା ବର୍ତ୍ତମାନ କାହା ହାତରେ ବୋଲି କୁହାଯାଇଛି । କିଛି ଗାଈଗୋରୁ ଚୋରି କରି ଚାଲାଣ ହେଉଥିବା ବେଳେ କିଛି ଗାଈଗୋରୁ ବିଭିନ୍ନ ରୋଗ ହେଉ ବା ମୋଟରଯାନ ଧକ୍କାରେ ଜୀବନ ହାନି ସହିତ ମାଡ ହୋଇ ଜୀବନ ବଞ୍ଚାଇବାର ରାହା ଖୋଜୁଥିବା ବେଳେ ବଜରଙ୍ଗ ଦଳ ତରଫରୁ ସେମାନଙ୍କ ସୁରକ୍ଷା ପାଇଁ ନିଜ ପକେଟ ଖର୍ଚ୍ଚରେ ସେବା ଯୋଗାଇ ଦେଉଥିବା ନଜରକୁ ଆସିଛି । ବଜରଙ୍ଗ ଦଳ ସବୁବେଳେ ଖାଲି ଗୋ-ମାତାଙ୍କୁ ସୁରକ୍ଷା ଦେଇଆସିଛନ୍ତି । ଆଗକୁ ମଧ୍ୟ ଏଭଳି କାର୍ଯ୍ୟ ଜାରି ରଖିବ ଏବଂ କୌଣସି ବି ଅପପ୍ରଚାର ଗୋ-ସୁରକ୍ଷାରେ ପ୍ରତିବନ୍ଧକ ସାଜିପାରିବ ନାହିଁ ବୋଲି ବଜରଙ୍ଗ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଗୋ-ବୋଝେଇ ଗାଡି ଧରିବା ପୂର୍ବରୁ ଆଗୁଆ ନିକଟସ୍ଥ ଥାନାକୁ ଅବଗତ କରାଯାଇ ଗୋରୁ ବୋଝେଇ ଗାଡି ଧରାଯିବ ବୋଲି ସୂଚନା ଦେଇଛନ୍ତି । ଖାଲି ଗଞ୍ଜାମ ଜିଲ୍ଲା ନୁହେଁ ପୁରା ରାଜ୍ୟରେ ଗୋ-ଚାଲାଣ ବନ୍ଦ କରାଯିବା ସହ ପ୍ରାଣୀ ସୁରକ୍ଷା ଆଇନକୁ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ଦାବୀ କରିଛନ୍ତି ବଜରଙ୍ଗ ଦଳର କର୍ମକର୍ତ୍ତା । ଏହାକୁ କାର୍ଯ୍ୟକାରୀ କରାଯିବା ନିମନ୍ତେ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.