ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ମାସିକ ବୈଠକ ଅମଲା ଭବନ ବଲାଙ୍ଗିରଠାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ପରେ ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ସଭ୍ୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା ଏବଂ ନୂତନ ସଭ୍ୟ ବୃନ୍ଦ ନିଜର ପରିଚୟ ପ୍ରଦାନ କରିଥିଲେ । ଆସନ୍ତା ମାର୍ଚ୍ଚ ମାସରେ ହେବାକୁ ଥିବା ବାର୍ଷିକ ସାଧାରଣ ସଭା ବିଷୟ ସଂପାଦକ ଗଡୁଆ ପ୍ରସ୍ତାବ ଆଗତ କରିଥିଲେ । ଏହି ବିଷୟ ଆଲୋଚନା କରାଯାଇ ଆସନ୍ତା ମାର୍ଚ୍ଚ ୬ ତାରିଖରେ ଅମଲା ଭବନରେ ଉପରୋକ୍ତ ସାଧାରଣ ସଭା ଅନୁଷ୍ଠିତ କରାଯିବା ପାଇଁ ଧାର୍ଯ୍ୟ କରାଗଲା । ତା’ପରେ ଯେଉଁ ସଭ୍ୟ ବୃନ୍ଦ ଶଯ୍ୟାଶାୟୀ ହୋଇ ରହିଛନ୍ତି, ସଭାପତି ଓ ସଂପାଦକଙ୍କ ସମେତ ଏକ ପାଞ୍ଚ ଜଣିଆ ଦଳ ସେମାନଙ୍କ ଘରକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସଂଘର ବରିଷ୍ଠ ସଭ୍ୟ ଗୋପବନ୍ଧୁ ପୁରୋହିତ ସଂଘର କାର୍ଯ୍ୟାଳୟ ପାଇଁ ବନ୍ଦ ହୋଇ ପଡିଥିବା ଭଗତ ସିଂହ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ବଲାଙ୍ଗିରଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଉକ୍ତ ବିଷୟରେ ଆଲୋଚନା କରାଯ।।ଇ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ବଲାଙ୍ଗିରଙ୍କୁ ସଭାପତି ଏବଂ ସଂପାଦକଙ୍କ ସମେତ ୭ ଜଣ ବରିଷ୍ଠ ସଭ୍ୟ ବୃନ୍ଦ ସାକ୍ଷାତ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଆଜିକାର ସଭାରେ ଉପଦେଷ୍ଟା ସତ୍ୟବନ୍ତ ବେଦବାକ୍, ନୀଳମଣି ମିଶ୍ର, ଉପସଭାପତି ପର୍ଶୁରାମ ନାୟକ, ପ୍ରସନ୍ନ କୁମାର ମିଶ୍ର ଓ ଯୁଗ୍ମ ସଂପାଦକ ପୁରୁଷୋତ୍ତମ ପଣ୍ଡା ମଂଚାସୀନ ହୋଇଥିଲେ । ଏତଦ୍ବ୍ୟତୀତ କାର୍ଯ୍ୟକାରୀ ସଭ୍ୟ ପ୍ରଭାକର ମିଶ୍ର, କୃଷ୍ଣଚନ୍ଦ୍ର ମହାକୁର, ଜୀବନ କୁମାର ତ୍ରିପାଠୀ, ହରେକୃଷ୍ଣ ପଟେଲ ମୋଟ ୨୪ ଜଣ ସଭ୍ୟ ଉପସ୍ଥିତ ରହି ଆଜିକାର ସଭାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ କୃଷ୍ଣଚନ୍ଦ୍ର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।
Next Post