oom

ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି-ଜିର ବୈଠକ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି-ଜିର ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । କମିଟିର ଅଧ୍ୟକ୍ଷା ସଭ୍ୟା ପଦ୍ମିନୀ ଗଡତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ଶିକ୍ଷା, କ୍ରୀଡା ଓ ସଂସ୍କୃତିର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଏଥିରେ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଅଭାବନୀୟ ପରିସ୍ଥିତି ଉପୁଜୁଥିବା ଓ ଏହାର ସମାଧାନ ହୋଇ ନ ପାରିବା ଯୋଗୁଁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଜିଲ୍ଲାର ୧୨ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ରହିଛି । ସବୁ ସ୍କୁଲକୁ ୫ଟିରେ ସାମିଲ କରାଯାଇଥିଲେ ମଧ୍ୟ ଗାଇସିଲେଟ ବ୍ଲକ ସ୍କୁଲର ଅବସ୍ଥା ଶୋଚନୀୟ ରହିଛି । ସେହିପରି ଧଅରାଖମନ ସ୍କୁଲକୁ ଛାତ୍ରଛାତ୍ରୀମାନେ ୨କିମି ହାତୀ ଚଲା ରାସ୍ତାରେ ସ୍କୁଲକୁ ଯାଉଛନ୍ତି । ମୁଣ୍ଡା ସ୍କୁଲରେ ଛତୁଆ ପ୍ୟାକେଟ ଗୁଡିକ କମ୍ ଓଜନ ଥିବା ଅଭିଯୋଗର ଅଧିକାରୀମାନେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, କ୍ରୀଡାର ଉନ୍ନତି ପାଇଁ ଏକ ପୂର୍ଣ୍ଣ ଷ୍ଟାଡିୟମ କେବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଉପସ୍ଥିତ ଅଧିକାରୀଙ୍କୁ ଉତ୍ତର ମଗାଯାଇଥିଲା । ସେହିପରି ସଂସ୍କୃତି ବିଭାଗର କାର୍ଯ୍ୟ ଉପରେ ମଧ୍ୟ ସମୀକ୍ଷା କରାଯାଇ ଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଉପାଧ୍ୟକ୍ଷ ମୋହନ ଲୁହା, ସଭ୍ୟା ଝରଣା ପାଣିଗ୍ରାହୀ, କଳ୍ପନା ପ୍ରଧାନ, ମମତା ପ୍ରଧାନ, ପ୍ରଭାସିନୀ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.