oum

ହରିଶଙ୍କର ଠାରେ ସର୍ବଭାରତୀୟ ବିଂଝାଲ ସମାଜର ଶୀତଳ ଷଷ୍ଠୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ପବିତ୍ର ଜ୍ୟେଷ୍ଠ ଷଷ୍ଠୀ କୁ ଶୀତଳ ଷଷ୍ଠୀ ରୂପରେ ସାରା ବିଶ୍ୱରେ ପାଳନ କରାଯାଉଥିବା ବେଳେ ମାତା ପାର୍ବତୀ (ମାଁ ବିନ୍ଧ୍ୟ ବାସିନୀ ) ଏବଂ ବାବା ଭୋଳା ଶଙ୍କରଙ୍କ ବିବାହ ପରେ ଏହି ଦିନ ହିଁ ଯୁଗଳ ମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେବାର ମାନ୍ୟତା ଏବଂ ପରମ୍ପରା ବହୁ ପୁରାତନ । ଏଣୁ ଏହି ଦିନ କୁ ଶୀତଳ ଷଷ୍ଠୀ ରୂପରେ ପାଳନ କରାଯାଇଥାଏ । ଏ ନେଇ ସର୍ବଭାରତୀୟ ସ୍ଵାଲାଖ ବିନ୍ଧ୍ୟ ବାସିଗିରୀବାସୀ ବିଂଝାଲ ସମାଜ ପକ୍ଷରୁ ଚଳିତ ବର୍ଷ ପାଇଁ ଶୀତଳ ଷଷ୍ଠୀ ପୂଜା ପାଳନ କରିବା ପାଇଁ ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟ ବାସିନୀ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ଭାରତୀୟ ବିଂଝାଲ ସମାଜ ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସର୍ବଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜର ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ ମୂଖ୍ୟ ଅତିଥି , ବଲାଙ୍ଗିର ବ୍ଳକ ସଭାପତି କୁଶ ବରିହା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ଶୀତଳ ଷଷ୍ଠୀ ପୂଜା ବନ୍ଦ ରହିଥିଲା । ଚଳିତ ବର୍ଷ ଶୀତଳ ଷଷ୍ଠୀପୂଜା ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ହରିଶଙ୍କର ମନ୍ଦିରରେ ସହକାରୀ ମ୍ୟାନେଜର ଭାଗ୍ୟୟ ସାହୁ , ବିପିନ ପୁଟେଲଙ୍କ ସମେତ ପୂଜକମାନେ ବୈଠକରେ ଉପସ୍ଥିତ ରହି ଶୀତଳ ଷଷ୍ଠୀ ପୂଜା ଉପରେ ଆଲୋଚନା କରିଥିବା ବେଳେ ଆସନ୍ତା ଜୁନ୍‌ ୦୩ /୦୬/୨୦୨୨ ରୁ ୦୫/୦୬/୨୦୨୨ ତାରିଖ ପର୍ଯ୍ୟନ୍ତ ଶିବ ବିବାହ ଅନୁଷ୍ଠିତ ହେବ ଜ୍ୟେଷ୍ଠ ପଞ୍ଚମୀ ଦିନ ମହାପ୍ରଭୁ ଶଙ୍କରଙ୍କର ବରଯାତ୍ରାଙ୍କ ପବିତ୍ର ବିବାହୋଉତ୍ସଵ ଅନୁଷ୍ଠିତ ହେବ। ଏହା ସହ ଷଷ୍ଠୀ ଦିନ ସନ୍ଧ୍ୟାରେ ଶଙ୍କର ବାବାଙ୍କ ଗୁଆ ଚୁପା ନିର୍ବନ୍ଧ ଓ ରାତିରେ ବରଯାତ୍ରୀ ଆସିବାର କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ବର୍ଷ ପରେ ଶୀତଳ ଷଷ୍ଠୀର ଆୟୋଜନ ହେଉଥିବା ବେଳେ ଏହାକୁ ନେଇ ସର୍ବଭାରତୀୟ ବିଂଝାଲ ସମାଜ ପରିବେଶ ଉତ୍ସାହିତ ଥିବା ବେଳେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସମାଜ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଖପ୍ରାଖୋଲ ବ୍ଳକ ଉପସଭାପତି କେଶବ ବରିହା , ନାନ୍ଧୁପଲା ପଞ୍ଚାୟତ ସଭାପତି ଶଶିକାନ୍ତ ବରିହା, ବିରଞ୍ଚି ବରିହା , ଗୋପାଳ ବରିହା , ଟିକେଶ୍ଵର ବରିହା , ବ୍ଳକ ଚପରାଶି ରତ୍ନାକର ବରିହାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଚନ୍ଦ୍ରଶେଖର ବରିହା ସଭା ପରିଚାଳନା କରିଥିବା ବେଳେ ଶଶିକାନ୍ତ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.