ବଲାଙ୍ଗିର ଠାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ ଗାଇଡ଼ ଲାଇନ ଅନୁସାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସ୍ଥିର କରାଯାଇଥିଲା । ପ୍ରାତଃ ୫ଟା ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ରାମଧୂନ ପ୍ରଚାର, ସକାଳ ୭ ଘଟିକା ଠଡାରୁ ୭.୩୦ ମଧ୍ୟରେ ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ, ସକାଳ ୭ଟା ୧୫ମି.ରୁ ୭ଟା ୪୫ମି. ମଧ୍ୟରେ ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା ସକାଳ ଘ୮.୩୦ମି. ସମୟରେ ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଜିଲ୍ଲା ସ୍ତରୀୟ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସରକାରଙ୍କ କୋଭିଡ଼ ନିୟମ ଅନୁସାରେ କୌଣସି ଛାତ୍ରଛାତ୍ରୀ କିମ୍ବା ଅନୁଷ୍ଠାନମାନଙ୍କ ଦ୍ୱାରା ପ୍ୟାରେଡ଼ ପ୍ରଦର୍ଶନ କରାଯିବନାହିଁ । କେବଳ ପୋଲିସ ବ୍ୟାଣ୍ଡ ଏବଂ ୨ଗୋଟି ପାଲିସ ଦଳ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସର୍ବସାଧାରଣଙ୍କୁ ଏହି ପ୍ୟାରେଡ଼ ଉତ୍ସବ ସ୍ଥଳକୁ ଆସିବାକୁ ବାରଣ କରାଯାଇଛି । କେବଳ ସ୍ୱଳ୍ପ ସଂଖ୍ୟକ କୋଭିଡ଼ ଯୋଦ୍ଧା ଓ ବ୍ୟକ୍ତିବିଶେଷଙ୍କ ଉତ୍ସବ ସ୍ଥଳକୁ ନିମନ୍ତ୍ରଣ କରାଯିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସିଡ଼ିଏମ୍‌ଓ, ଉପଜିଲ୍ଲାପଳ ବଲାଙ୍ଗିର, ଜିଲ୍ଲା ଶିକ୍ଷା ଅଧିକାରୀ, ପିଡ଼ବ୍ଲ୍ୟୁଡିର ନିର୍ବାହୀ ଯନ୍ତ୍ରୀ, ପୌର ନିର୍ବାହୀ ଅଧିକାରୀ ବଲାଙ୍ଗିର, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ହୋମଗାର୍ଡ, ରିଜର୍ଭ ଇନ୍‌ସବେକ୍‌ଟର ପୋଲିସ, ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଓ ଡିଆଇପିଆର୍‌ଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.