om academy

ସିନଖମନ ଜୟ ବଜରଙ୍ଗବଳୀ ବଣିକ ସଂଘର ପ୍ରଥମ ବୈଠକ

jsm
  • ଯାତ୍ରୀଙ୍କ ସୁରକ୍ଷା ଓ ସଂଘର ଉନ୍ନତି ପାଇଁ ପ୍ରଥମେ ଉଦ୍ୟମ କରାଯିବା ନେଇ ନିଷ୍ପତ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଳକ ତଥା ଦେଓଗାଁ ବଲାଙ୍ଗିର ଜାତୀୟ ରାଜପଥ ୨୬ର ମଝିରେ ଥିବା ସିନଖମନ ବସଷ୍ଟେସନର ସିନଖମନ ବଣିକ ସଂଘ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ଆରମ୍ଭରୁ ବସଷ୍ଟେସନରେ ଥିବା ସମସ୍ତ ବ୍ୟବସାୟୀ ବିଭିନ୍ନ ଅଞ୍ଚଳରୁ ଆସି ବସ ଅପେକ୍ଷାରେ ଥିବା ଯାତ୍ରୀମାନଙ୍କୁ ସୁରକ୍ଷା ଦେବା ଉପରେ ଆଲୋଚନା ହେବା ସହ ବଣିକ ସଂଘକୁ ନାମ କରଣ, ସଭ୍ୟ ଚାନ୍ଦା ସଂଗ୍ରହ କରିବା ଓ କମିଟି କର୍ମକର୍ତ୍ତା ଗଠନ କରିବା ଉପରେ ଆଲୋଚନା ହୋଇଥିଲା । ବିଭିନ୍ନ ସଭ୍ୟଙ୍କ ମତାମତକୁ ନେଇ ସଂଘର ନାମ ଜୟ ବଜରଙ୍ଗବଳୀ ବଣିକ ସଂଘ ଭାବେ ନାମିତ କରାଯାଇ ଥିଲା । ସଭାରେ ଆଲୋଚନା ପରେ ସଭାପତି ଭାବେ ଯୁଧିଷ୍ଠିର ଖମାରୀଙ୍କୁ ସର୍ବସମ୍ମତୀ କ୍ରମେ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ଦେବରାଜ କୁଅଁର, ସଂପାଦକ ଭାବେ ଅନନ୍ତ କୁଅଁର ଓ କୋଷାଧ୍ୟକ୍ଷ ଭାବେ ଚେରୁ ଭୋଇଙ୍କୁ ମନୋନୀତ କରାଯାଇଥିଲା । ସେହିପରି ସଭ୍ୟ ଭାବେ ଶତୃଘ୍ନ ନାଏକ, କୁଳମଣୀ ସେଠ, କିଶୋର ବାରିକ, ବିଜୁ ପାତ୍ର, ତରୁଣ ରାଏ, ପ୍ରଫୁଲ୍ଲ ସେଠ, କୁମର ମଣୀ ପୁଟେଲ, ଶୀବ ବାଗ, ବଳରାମ ଗିରୀ, ରମେଶ ଭୂଏ, ଶ୍ରୀକାନ୍ତ କୁଅଁର, ଜଗଦିଶ ନାଏକ, ବିଜନ ନାଏକ, ଯୁଗଲାଲ ଖମାରୀ ଟୁଳୁ ଆଚାର୍ଯ୍ୟ, କରୁଣାକର ପଧାନ, ସୁମେତ ନାଏକ, ଉମାକାନ୍ତ ନାଏକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.