pr

ସଇଁନ୍ତଲା ବ୍ଳକରେ ବଢୁଛି କରୋନା ସଂକ୍ରମଣ : ସ୍ଥିତି ଅନୁଧ୍ୟାନ କରୁଛି ସ୍ୱାସ୍ଥ୍ୟ ବିଭାଗ

dr. purohit

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ତେବେ କିଛି ଦିନ ହେବ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ସଂକ୍ରମଣ ସ୍ଥିର ଅବସ୍ଥାରେ ଥିବା ବେଳେ ଗତକାଲି ବ୍ଳକରେ ସର୍ବାଧିକ ୮୦ଜଣ କରୋନା ଚିହ୍ନଟ ହୋଇଛନ୍ତି । ତେବେ ଏଭଳି ପରିସ୍ଥିତିରେ ଲୋକେ ଭୟ କରିବା ବଦଳେ ବେଧଡ଼କ ଭାବରେ ବୁଲାବୁଲି କରୁଛନ୍ତି । ତେବେ ଗତ ଦୁଇ ଦିନ ତଳେ ଘୁନସର ଗ୍ରାମରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା ଯାହା ଫଳରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ତେବେ ଏଭଳି ଭାବରେ ବଢି ଚାଲିଥିବା ବେଳେ ଆଜି ସଇଁନ୍ତଲା ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମରେ ଡ଼ା. ବିମ୍ବାଧରି ମିଶ୍ର ପ୍ରତେକ ଗାଁ ଗାଁକୁ ଯିବା ସହ କରୋନା ଆକ୍ରନ୍ତ ହୋଇଥିବା ବ୍ୟକ୍ତି ମାନଙ୍କ ପାଖକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝୁଛନ୍ତି । ବ୍ଳକ ରେ କରୋନା ବୃଦ୍ଧି ପାଉଥିବା ବେଳେ ଲୋକେ ସଚେତନତାର ଅଭାବ ମଧ୍ୟ ଥିବା ଦେଖିବାକୁ ମିଳିଛି । ଘୁନସର ଗ୍ରାମରେ କିଛି ଲୋକେ କରୋନା ଚିହ୍ନଟ ହୋଇଥିବା ବେଳେ ସଇଁନ୍ତଳା ସ୍ୱସ୍ଥ୍ୟ ବିଭାଗର ଡ଼ା. ବିମ୍ବାଧରି ମିଶ୍ର, ସୁନିତା ମହାନନ୍ଦ, ଆଶା କର୍ମି ବୃନ୍ଦାବତୀ ଭୋଇ ପ୍ରମୁଖ କରୋନା ଚିହ୍ନଟ ହୋଇ ଥିବା ବ୍ୟକ୍ତି ପାଖକୁ ଯାଇ ଔଷଧ ମଧ୍ୟ ଦେଇଥିଲେ ।

nrusinghnath
Leave A Reply

Your email address will not be published.