pr

ଦୀପାଙ୍କ ପ୍ରୟାସ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ମୃତ ଶିକ୍ଷକଙ୍କ ଦୁଇ ଶିଶୁକନ୍ୟା

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଭଟିଗାଁ ଗ୍ରାମର ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷକ ଭୁବନେଶ୍ଵର ସାହୁଙ୍କ ମୃତ୍ୟୁ ଗତ ଅଗଷ୍ଟ ମାସ ୨୮ ତାରିଖରେ ହୋଇଥିଲା, ତାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଏବଂ ଦୁଇ ଶିଶୁକନ୍ୟା ଅସହାୟ ହୋଇପଡିଥିଲେ । ଉକ୍ତ ପରିବାରକୁ ରାଜ୍ୟ ସରକାରଙ୍କ ମହତ୍ୱକାଂକ୍ଷୀ ଆଶୀର୍ବାଦ ଯୋଜନାରେ ସାମିଲ କରିବା ଏବଂ ବିଧବା ପତ୍ନୀଙ୍କୁ ବିଧବା ଭତ୍ତା ପାଇଁ ଦୀପା ବାରିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥଲେ । ଏହି ଅଭିଯୋଗକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦେଶ ପରେ ବରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ସମିତି ତରଫରୁ ଗତ ୧୩ /୧୨/୨୧ ତାରିଖରେ ଏକ ଦଳ ଭଟିଗାଁକୁ ଯାଇ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିଛନ୍ତି ଏବଂ ଦୁଇ ଶିଶୁକନ୍ୟା ଆଶୀର୍ବାଦ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବୋଲି ବରଗଡ଼ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସାମିଲ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିଲେ । ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଭଟିଗାଁ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ସମ୍ପାଦନ କରିଆସୁଥିବା ଶିକ୍ଷକ ଭୁବନେଶ୍ୱର ସାହୁଙ୍କ ଗତ ଅଗଷ୍ଟ ମାସ ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଉଭୟ ବୃକକ ଖରାପ ହୋଇଯାଇଥିଲା ଏବଂ ବୁର୍ଲାରେ ତାଙ୍କୁ ଚିକିତ୍ସା କରିବା ପାଇଁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶିକ୍ଷକ ଭୁବନେଶ୍ୱର ସାହୁ କରୋନା ମହାମାରୀ ସମୟରେ ସକ୍ରିୟ ଭାବେ କୋଭିଡ ସଚେତନତା କାର୍ଯ୍ୟକ୍ରମରେ ଜଡିତ ଥିଲେ ରାଜ୍ୟ ସରକାରଙ୍କ ରାପିଡ ରେସ୍ପୋନ୍ସ ଟିମର ସଦସ୍ୟ ମଧ୍ୟ ଥିଲେ । ପରେ ତାଙ୍କ ପରିବାର ବେସାହାରା ହୋଇଯାଇଛି । ବର୍ତ୍ତମାନ ତାଙ୍କ ସ୍ତ୍ରୀ ବନିତା ସାହୁ ବଡ଼ଝିଅ ଅଙ୍କିତା ସାହୁ(୧୩) ଏବଂ ସାନଝିଅ ଚିନ୍ମୟୀ ସାହୁ (୮)ବର୍ଷ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭାଟିଗାଁ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୭୫ ପ୍ରତିଶତ ଏକ ବ୍ଲକ ଗ୍ରାଣ୍ଟ ସ୍କୁଲ ହୋଇଥିବାରୁ ବର୍ତ୍ତମାନ ମୃତକ ଶିକ୍ଷକଙ୍କ ପରିବାରର ଭବିଷ୍ୟତ ଅନ୍ଧକାର ଦିଗକୁ ଠେଲି ହୋଇଯାଇଛି ଏଭଳି ସ୍ତରରେ ଦୁଇଝିଅଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ତାଙ୍କ ସ୍ତ୍ରୀଙ୍କୁ ପୁନର୍ବାସ ଥଇଥାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକୂଳ ନିବେଦନ କରିଥିଲେ ।

nrusinghnath
Leave A Reply

Your email address will not be published.