oom

ଭାବବିହ୍ଵଳ ପରିବେଶରେ ଆନ୍ଧ୍ରାଡେରା ବିଦ୍ୟାଳୟର ଶିକ୍ଷକ ଅଶାଢୁ ପାଣ୍ଡେଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ଆନ୍ଧରା ଡେରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଷାଢୁ ପାଣ୍ଡଙ୍କ ଅବସରକାଳୀନ ସମ୍ବର୍ଦ୍ଧନାସଭା ସିଆରସିସି ଶୁଭଲାଲ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଦାୟୀ ଆଦର୍ଶଶିକ୍ଷକ ଅଷାଢୁ ପାଣ୍ଡେଙ୍କୁ ଉପଢୌକନ, ମାନ ପତ୍ର ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପଢୌକନ ଓ ବିଭିନ୍ନଉପହାର ଦେଇ ଆଶୀର୍ବାଦ ନେଇଥିଲେ । ସହଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଳୁ ମିର୍ଧା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ପ୍ରେରଣା ଦେଇଥିଲେ । ବରିଷ୍ଠ ପ୍ରଧାନଶିକ୍ଷକ ଫଗୁନୁ ନାଏକ, ହରେକୃଷ୍ଣ ଭୋଇ, ଅବସରପ୍ରାପ୍ତ ଶିକ୍ଷକ ବିରତିଆ ଜେନା ସମ୍ମାନିତ ଅତିଥିଭାବେ ମଂଚାସୀନ ଥିଲେ । ବିଦାୟୀ ଶିକ୍ଷକ ଅଷାଢୁ ପାଣ୍ଡେ ନିଜ ବକ୍ତବ୍ୟରେ ନିଜ ୩୪ ବର୍ଷ ଶିକ୍ଷକତା ଜୀବନର ବିଗତ ଦିନର କଥା ଓ ଛାତ୍ରଛାତ୍ରୀଙ୍କ ସ୍ନେହ ଶ୍ରଦ୍ଧା ବିଷୟରେ ସ୍ମୃତି ଚାରଣ କରି ଛାତ୍ରଛାତ୍ରୀଙ୍କ ସେବାରେ ନିଜକୁ ସମର୍ପଣ କରିବା ଏକ ଆଦର୍ଶ ଶିକ୍ଷକର ଗୁଣ ବୋଲି କହିଥିଲେ । ସିଆରସିସି ସୁଧାଂସୁ ସାହୁ, ରମେଶ ଭୋଇ, ନରେନ୍ଦ୍ର ପୁରୋହିତ, ନୀଳକଣ୍ଠ ନାଏକ,ପୂର୍ବ ସିଆରସିସି ପ୍ରକାଶଚନ୍ଦ୍ର ପଧାନ,ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମ୍ଭାର, ପୂର୍ଣଚନ୍ଦ୍ର କୁମ୍ଭାର, ପ୍ରମୋଦ ଭୋଇ, ଶିକ୍ଷକ ସୂର୍ୟ୍ୟନାରାୟଣ ପଣ୍ଡା, ଆର୍ତ୍ତତ୍ରାଣ ଓତା, ଜ୍ଞାନେଶ ବିଶି, ଧର୍ମେନ୍ଦ୍ର ହରିପାଳ, ନିତାଇ ମଟାରୀ, ଦିଲୀପ ବୁଡ଼େକ, ଚିନ୍ମୟ ସାହୁ, ଦେବେନ୍ଦ୍ରନାଥ ଜୁଆଡ଼ି, ଜିତେନ୍ଦ୍ରିୟ ମହାରଣା, ଶୁଭେନ୍ଦୁ ସେଠୀ, ମନୋହର ଦୀପ, ଆନନ୍ଦ ପଧାନ, ନାରଦ ସା, କୃପାସିନ୍ଧୁ ହରିପାଳ, ସତ୍ୟବାଦୀ ପୁଟେଲ, ହରିବୋଲ ବରିହା, ଶିକ୍ଷୟିତ୍ରୀ ଜୟନ୍ତୀ ଭୋଇ, କଳ୍ପନା ପଧାନ, କଳ୍ପନା ନାଏକ, ଜୟନ୍ତୀ ଛାନ୍ଦ, ଶୀତୁପ୍ରିୟା ସାହୁ, ମିନା ପାଣ୍ଡେ,ମଇଥିଲି ରଣା ଉପସ୍ଥିତ ଥିଲେ । ନିକୁଞ୍ଜ ବାରିକ, ଆନନ୍ଦ ନାଏକ, ଉତ୍ତମ ଦ୍ଵାରୀ, ସୁବାସ ପଧାନ, ଅମରୀଶ ସାହୁ, ମୋହନଚନ୍ଦ୍ର ପଧାନ, ପୁରାତନ ଛାତ୍ରଛାତ୍ରୀ, ବ୍ଲକର ବିଭିନ୍ନ କ୍ଲଷ୍ଟରରୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଆନ୍ଧ୍ରାଡେରା ଗ୍ରାମବାସୀ ସହଯୋଗ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ବିଦାୟ ସଂଗୀତ ଗାନ କରିଥିଲେ । ଶିକ୍ଷକ ପ୍ରଦୀପ ଭୁକ୍ତା ସଭା ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.