ଅସହାୟ ଶବ ସତ୍କାର କଲା ମାଁ ମାହେଶ୍ୱରୀ ସେନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ନାଇକେନସିରା ଗାଁର ଗତ ୧୩ ଫେବୃୟାରୀ ୨୦୨୫ ରାତି ୧୧ଟାରେ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ସବିତା କାଲସାଏଙ୍କ ମୃତ୍ୟୁ ଘଟିଥିଲା । କୌଣସି କାରଣ ପାଇଁ ‌ତାଙ୍କର ମର ଶରୀରକୁ ସାମାଜିକ ବାସନ୍ଦ କରାଯାଇଥିବାରୁ ତାଙ୍କ ଶବକୁ ସମସ୍ତେ ଛୁଇଁବା ପାଇଁ ମନା କରୁଥିଲେ । ଏପରି ଦୁଃଖ ସମୟରେ ମାଁ ମାହେଶ୍ୱରୀ ସେନାର ସଦସ୍ୟମାନେ ମାନବିକତାର ପରିଚୟ ଦେଇ ବିଳମ୍ବିତ ରାତିରେ ନାଇକେନସିରା ଗାଁରେ ପହଞ୍ଚି ଶବକୁ ବୋହି ଶ୍ମଶାନଘାଟକୁ ଆଣି ସସମ୍ମାନେ ଶବସତ୍କାର କରିଥିଲେ । ଜାତି, ଧର୍ମ ନିର୍ବିଶେଷରେ ଅସହାୟ ଶବକୁ ମର୍ଯ୍ୟାଦା ସହ ଶବସତ୍କାର କରିବା ଆମ ସମସ୍ତଙ୍କ ମୌଳିକ କର୍ତ୍ତବ୍ୟ ବୋଲି ମାଁ ମାହେଶ୍ୱରୀ ସେନାର ସଦସ୍ୟ ମାନେ କହିଥିଲେ ।

Leave A Reply

Your email address will not be published.