ଠେମରା ପଂଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ନିମନ୍ତେ ଆଜି ଅର୍ପଣ ରଥ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତର ବିଭିନ୍ନ ଗାଁକୁ ପରିକ୍ରମା କରିଛି । ପଞ୍ଚାୟତର ଜାମତରା, ଠେମରା, ଉତ୍କେଲା, ବରକାନି, ଗୋଲବନ୍ଧ, ମଲକାସଡା, ଫୁଲବନ୍ଧ ସହ ବିଭିନ୍ନ ଗାଁରେ ସ୍ୱାଗତ କରାଯିବା ସହ ଅର୍ପଣ ରଥଠାରେ ଗୁଆ ଓ ଚାଉଳ ଅର୍ପଣ କରାଯାଇଛି । ଏପରିକି ପଞ୍ଚାୟତର ଗୋଲାବନ୍ଧ ତାରିଣୀ ମନ୍ଦିରଠାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଠେମରା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ସମିତି ସଭ୍ୟଙ୍କ ପ୍ରତିନିଧି ପ୍ରଦୀପ ଭୋଇ, ନୋଡ଼ାଲ ଅଫିସର ଓଡିଶା ଜୀବିକା ମିଶନର ବିଏଲ୍‌ସି ଡ. ସତ୍ୟପ୍ରିୟ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ଗହୀର, ଜିଆର୍‌ଏସ୍‌ ସଚିନ ବିଭାର, ଏମ୍‌ବିକେ ଜ୍ୟୋତ୍ସ୍ନା ସେଠ, ଜିଓ ଟ୍ୟାଗ୍‌ ମୁକେଶ ବାଗ, ସୁପରଭାଇଜର ଧନଦେଇ ସାହୁଙ୍କ ସହ ପଞ୍ଚାୟତ ବହୁ ଜନପ୍ରତିନିଧି ଶହ ଶହ ସଂଖ୍ୟାରେ ମହିଳା ପୁରୁଷମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଘୁମୁରା, ଖୋଲ, କୀର୍ତ୍ତନ, ମୃଦୁଙ୍ଗର ତାଳେ ତାଳେ ଏହି କାର୍ଯ୍ୟକ୍ରମ ଆୟୋଜନରେ ମହିଳାଙ୍କ ହୁଳହୁଳିରେ ଉତ୍ସବ ମୁଖର ମାହୋଲ ହୋଇପଡିଥିଲା । ପଞ୍ଚାୟତର ବିଭିନ୍ନ ଗାଁକୁ ପରିକ୍ରମା କରିବା ପରେ ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ଅର୍ପଣ ରଥ ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.