ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା ଆଜିଠୁ ଆରମ୍ଭ ହେବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କୋଭିଡ ଗାଇଡଲାଇନକୁ କଡ଼ାକଡି ଭାବେ ପାଳନ କରି ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା ଆଜିଠୁ ଆରମ୍ଭ ହେବ । ଏନେଇ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କ୍ୟାମ୍ପସକୁ ବିଶୋଧନ ମଧ୍ୟ କରାଯାଇଛି । କଲେଜ୍ ପରିସରରେ ଭିଡ ନକରିବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

Leave A Reply

Your email address will not be published.