
ବଲାଙ୍ଗିର, (କେପିଏନ୍ଏସ୍) : ଏ ବି ଏସ ଏସ ପଡା ସ୍ଥିତ ଶୀତଳ ଷଷ୍ଠୀ ଯାତ୍ରାର ଆରମ୍ଭ ହୋଇଯାଇଛି । ଶ୍ରୀ ଶ୍ରୀ ସିଦ୍ଧେଶ୍ୱର୍ ବାବା ଓ ମାତା ପାର୍ବତୀ ନିଜ ନିଜର କଳ୍ପିତ ମାତା ପିତାଙ୍କ ଘରକୁ ବିଜେ କରିଛନ୍ତି ଆଜି ଶିବ ବିବାହ ଅନୁଷ୍ଠିତ ହେବ । ଏଥର ବରପିତା ଅନିଲ କୁମାର ସାହୁ ଓ ବନିତା ସାହୁ, କନ୍ୟା ପିତା ଇଙ୍ଗିତ ସାହୁ ଓ ଶୀତଳ ଚୋପଦର୍ ହେବାର ସୌଭାଗ୍ୟ ଲାଭ ଅର୍ଜନ କରିଛନ୍ତି । ସଭାପତି ସମୀର ସାହାଣୀ, ଉପ ସଭାପତି ଅନାଦି ପଟ୍ଟନାୟକ, ସମ୍ପାଦକ ବଣ୍ଟି ମିଶ୍ର, ଓ ପଡାର ସହସ୍ରାଧିକ ମହିଳା ପୁରୁଷ ସାମିଲ ଥିଲେ ।